ଓଡ଼ିଶା ଏବଂ ଛତିଶଗଡ଼ ପୋଲିସର ମିଳିତ କୁମ୍ବିଂ ଅପରେସନରେ ବଡ଼ ସଫଳତା ମିଳିଛି । ନୂଆପଡ଼ା ଓ ଗରିଆବନ୍ଧ ଜିଲ୍ଲା ସୀମା କୁଲାରିଘାଟ ସଂରକ୍ଷିତ ଜଙ୍ଗଲରେ ଯବାନ-ମାଓବାଦୀ ଗୁଳିବିନିମୟ ହୋଇଛି । ଗଲା ୩୬ ଘଣ୍ଟା ହେବା ଉଭୟ ରାଜ୍ୟର ସୀମାନ୍ତରେ ଚାଲିଥିବା ଗୁଳି ବିନିମୟରେ ଟଳିଛନ୍ତି ୧୪ ମାଓବାଦୀ । ତେବେ ମୃତ ଦେହକୁ ଏଯାବତ ଜବତ କରାଯାଇ ନ ଥିବାବେଳେ ମୃତ୍ୟୁ ସଂଖ୍ୟା ଅଧିକ ହୋଇଥିବା ଅନୁମାନ କରାଯାଉଛି । ଉକ୍ତ ସ୍ଥାନରେ ସର୍ଚ୍ଚ ଅପରସନକୁ ଏବେବି ଜାରି ରହିଛି। ସୂଚନା ଯୋଗ୍ୟ; ଓଡ଼ିଶାର ନୂଆପଡ଼ାରୁ ମାତ୍ର ୫ କିଲୋମିଟର୍ ଦୂର ଛତିଶଗଡ଼ର କୁଲାରୀଘାଟରେ ମାଓବାଦୀମାନେ ଲୁଚି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଥିଲା । ଏହା ପରେ ଉଭୟ ରାଜ୍ୟର ପୋଲିସ, କେନ୍ଦ୍ରୀୟ ସୁରକ୍ଷା ବଳ, ଏସଓଜି ଯବାନଙ୍କୁ ନେଇ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା । ଗତକାଲି ସକାଳୁ ଗର୍ଜିଥିଲା ଗୁଳି । ଉଭୟ ପକ୍ଷ ମଧ୍ୟରେ ବ୍ୟାପକ ଗୁଳି ବିନିମୟ ହୋଇଥିଲା । କିନ୍ତୁ ଲାଲବାହିନୀ ଅଧିକ ସମୟ ତିଷ୍ଠି ରହିପାରି ନ ଥିଲା । ଫଳରେ କାଲି ସୁରକ୍ଷାବାହିନୀର ଏନକାଉଣ୍ଟରେ ୨ ମହିଳା ସିପିଆଇ ମାଓବାଦୀଙ୍କୁ ମୃତ୍ୟୁ ହୋଇଥିଲା । ଏହା ପରେ ତଲାସୀ ଅଭିଯାନ ଜାରି ରହିଥିଲା । ଆଜି ପୁଣି ସକାଳୁ ଗୁଳି ବିନିମୟ ହୋଇଥିଲା । ଏଥିରେ ୧୨ ଜଣ ମାଓବାଦୀ ନିପାତ ହୋଇଛନ୍ତି । ଏହି ସ୍ୱତନ୍ତ୍ର ଅଭିଯାନରେ ଏଯାବତ୍ ସର୍ବମୋଟରେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ସହିତ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଆଇଇଡି ଇତ୍ୟାଦି ଯବତ କରାଯାଇଛି । Post navigation ବୋଥ୍ରାଙ୍କ ତତ୍ତ୍ବାବଧାନରେ କ୍ରାଇମ୍ବ୍ରାଞ୍ଚ କାହାକୁ ସୁରକ୍ଷା ଦେଉଥିଲା ? ଦାୟିତ୍ବନେବାର ୬ ଘଣ୍ଟା ଭିତରେ ରାଷ୍ଟ୍ରପତିଙ୍କ ବଡ଼ ନିଷ୍ପତ୍ତି; କ୍ୟାପିଟାଲ୍ ହିଲ୍ସ ଦଙ୍ଗା ମାମଲାର ଅଭିଯୁକ୍ତଙ୍କୁ ଦିଆଗଲା କ୍ଷମା