ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି । ରାଜ୍ୟର ସୁକମା ଏବଂ ବିଜାପୁର ଜିଲ୍ଲାରେ ହୋଇଥିବା ଦୁଇଟି ପୃଥକ ଏନକାଉଣ୍ଟରରେ ମୋଟ ୧୪ ଜଣ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ଏକେ-୪୭ ଏବଂ ଇନସାସ୍ ରାଇଫଲ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସୁକମା ଜିଲ୍ଲାରେ, କିଷ୍ଟରାମ ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଜଙ୍ଗଲ ଅଞ୍ଚଳରେ ଏକ ଏନକାଉଣ୍ଟର ସମୟରେ ୧୨ ଜଣ ନକ୍ସଲ ନିପାତ ହୋଇଥିଲେ । ସୁକମା ପୋଲିସ ଅଧିକ୍ଷକ କିରଣ ଚଭନ କହିଛନ୍ତି ଯେ ଅଞ୍ଚଳରେ ନକ୍ସଲଙ୍କ ଉପସ୍ଥିତି ବିଷୟରେ ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ପରେ ଜିଲ୍ଲା ରିଜର୍ଭ ଗାର୍ଡ (DRG) ଦ୍ୱାରା ଅପରେସନ ଆରମ୍ଭ କରାଯାଇଥିଲା । ସେହିଭଳି ଏକ ପୃଥକ ଅପରେସନରେ, ବିଜାପୁରର ଦକ୍ଷିଣ ବସ୍ତର ଜଙ୍ଗଲରେ ଦୁଇଜଣ ନକ୍ସଲ ନିହତ ହୋଇଥିଲେ । ସମଗ୍ର ଦେଶରେ ମାଓ ଦମନ ଅଭିଯାନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି । ୨୦୨୬ ସୁଦ୍ଧା ଭାରତ ମାଓବାଦ ମୁକ୍ତ ହେବ ବୋଲି ପୂର୍ବରୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । Post navigation BDO Attacked: କାର୍ଯ୍ୟାଳୟ ଭିତରେ ମହିଳା ବିଡିଓଙ୍କୁ ଆକ୍ରମଣ OPSC OCS Notification: ୧୫୧ଟି ଅଧିକ ପଦବୀ ପୂରଣ ପାଇଁ ଓପିଏସସିକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ