ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। । ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦର ଜଳସ୍ତର ବଢିବାରେ ଲାଗିଛି । ସେଥିପାଇଁ ହୀରାକୁଦ ଜଳଭଣ୍ଡାରର ୧୪ଟି ଗେଟ୍ ଖୋଲାହୋଇଛି । ବାମ ପଟୁ ୯ଟି ଓ ଡାହାଣ ପଟୁ ୫ଟି ଗେଟ୍ ଖୋଲା ହୋଇଛି । ହୀରାକୁଦ ରେ ଏବେ ୨ଲକ୍ଷ ୫୮ ହଜାର ୫୪୪ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୨ଲକ୍ଷ ୫୦ ହଜାର ୫୨୨ କ୍ୟୁସେକ ଜଳ । ହୀରାକୁଦରେ ଅଧିକ ଗେଟ୍ ଖୋଲାଯିବା ଫଳରେ ତଳିଆ ଅଂଚଳରେ ବନ୍ୟା ଆଶଙ୍କା ବଢ଼ିଯାଇଛି।

Leave a Reply

Your email address will not be published. Required fields are marked *