ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ଥିବା ବେଳେ ଜଣେ ବି ପ୍ରତ୍ୟାହାର କରି ନଥିବା ଜଣାପଡିଛି । ତେଣୁ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରେ କରିବେ ପ୍ରତିଦ୍ୱନ୍ଦିତା । ୧୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୫ ଜଣଙ୍କ ନାକଚ ହେବାରୁ ଏବେ ମଇଦାନରେ ଅଛନ୍ତି ୧୪ ପ୍ରାର୍ଥୀ।

ସୂଚନାଯୋଗ୍ୟ; ଉପନିର୍ବାଚନ ପାଇଁ ଦିନ ଯେତେ ଯେତେ ପାଖଉଛି, ନୂଆପଡା ରାଜନୀତି ସେତେ ରୋଚକ ସେତେ ରୋଚକ ହେବାରେ ଲାଗିଛି। ଆଜି ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ ରହିଛି । କିନ୍ତୁ ଜଣେ ବି କରି ନାହାନ୍ତି ପ୍ରତ୍ୟାହାର କରି ନଥିବାରୁ ୧୪ ଜଣ ପ୍ରାର୍ଥୀ ନିର୍ବାଚନ ରେ କରିବେ ପ୍ରତିଦ୍ୱନ୍ଦିତା। ଆଜି ଉପ ନିର୍ବାଚନ ପ୍ରାର୍ଥୀ ପାତ୍ର ପ୍ରତ୍ୟାହାର ପାଇଁ ଦିନ ୧୧ ଘଣ୍ଟା ରୁ ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ସମୟ ରହିଥିଲା।

ତିନି ପ୍ରମୁଖ ଦଳ ରୁ ତିନି ଜଣ ପ୍ରାର୍ଥୀ ବିଜେପି ରୁ ଜୟ ଢୋଲକିଆ, ବିଜେଡି ରୁ ସ୍ନେହାଙ୍ଗିନୀ ଛୁରିଆ, କଂଗ୍ରେସ୍ ରୁ ଘାସିରାମ ମାଝୀ, ଅନ୍ୟ ତିନି ରାଜନୀତି ଦଳ ସମାଜବାଦୀ ପାର୍ଟି ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳ ରୁ ଶୁକଧର ଦଣ୍ଡସେନା ସହ ୮ ଜଣ ସ୍ବାଧୀନ ପ୍ରାର୍ଥୀ ନିର୍ବାଚନ ରେ ପ୍ରତିଦ୍ୱାନ୍ଦିତା କରିବେ। ସ୍ବାଧୀନ ପ୍ରାର୍ଥୀ ହେଲେ ଆଶ୍ରୟ ମହାନ୍ଦନ, ଇ.ଚକ୍ରାନ୍ତ ଜେନା,ଭୁବନ ଲାଲ ସାହୁ, କିଶୋର କୁମାର ବାଗ, ନୀତା ବାଗ,ଲକ୍ଷ୍ମୀ କାନ୍ତ ତାଣ୍ଡି, ଭକ୍ତ ବନ୍ଧୁ ଧରୁଆ, ଓ ଲୋଚନ ମାଝୀ ପ୍ରମୁଖ ନିର୍ବାଚନ ରେ ପ୍ରତିଦ୍ୱାନ୍ଦିତା କରିବେ।

ନୂଆପଡାରେ ନଭେମ୍ବର ୧୧ରେ ଭୋଟ ହେବ ହେବାକୁଥିବା ବେଳେ ୧୪ ନଭେମ୍ବରରେ ଭୋଟ୍ ଗଣତି ସହ ଫଳ ପ୍ରକାଶ ପାଇବ।

Leave a Reply

Your email address will not be published. Required fields are marked *