୩ ବର୍ଷରେ ବିଦ୍ୟୁତ ଆଘାତ ଯାଇଛି ୨୧୦ ଜଣଙ୍କ ଜୀବନ । ଏ ନେଇ ଗୃହରେ ଉତ୍ତର ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଆଜି ଗୃହରେ ବିଭୂତି ଭୂଷଣ ବଳବନ୍ତରାୟ ପଚାରିଥିବା ପ୍ରଶ୍ନ ବିଗତ ତିନି ବର୍ଷରେ ରାଜ୍ୟରେ ବିଦ୍ୟୁତ ଆଘାତଜନିତ କାରଣରୁ କେତେଜଣ ମୃତ୍ୟୁବରଣ କରିଛନ୍ତି ପ୍ରକାଶ କରି ମୃତକମାନଙ୍କ ପରିବାରକୁ କେତେ ସହାୟତା ପ୍ରଦାନ କରାଯାଇଛି?

ଏହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଦୁର୍ଘଟଣାରେ ପ୍ରଭାବିତ ପରିବାରଙ୍କୁ ସରକାର ପକ୍ଷରୁ ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦିଆଯାଇଛି । ମୋଟ୍‌ ୫ କୋଟି ୩୭ ଲକ୍ଷ ୭ ହଜାର ଟଙ୍କା ଆର୍ଥକ ସହାୟତା ପ୍ରଦାନ କରାଯାଇଛି ।

ବିଦ୍ୟୁତ ଆଘାତ ଘଟଣାମାନ ସାଧାରଣତଃ ବିଭିନ୍ନ କାରଣରୁ ଘଟୁଛି। ଖୋଲା ବିଦ୍ୟୁତ ତାର, ଅସୁରକ୍ଷିତ ଟ୍ରାନ୍ସଫର୍ମର, ବର୍ଷା ଓ ବନ୍ୟା ସମୟରେ ଜଳମଗ୍ନ ଅଞ୍ଚଳରେ ଚାଲୁଥିବା ବିଦ୍ୟୁତ ପ୍ରବାହ ଏବଂ ସୁରକ୍ଷା ନିୟମର ଅବହେଳା ଏହାର ପ୍ରମୁଖ କାରଣ ଭାବେ ଚିହ୍ନଟ ହୋଇଛି। ଗ୍ରାମୀଣ ଅଞ୍ଚଳରେ ସଚେତନତାର ଅଭାବ ମଧ୍ୟ ଏପରି ଘଟଣାକୁ ବଢ଼ାଇ ଦେଉଛି।

ରାଜ୍ୟ ସରକାର ବିଦ୍ୟୁତ ଦୁର୍ଘଟଣାକୁ ରୋକିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହାର ଅଂଶ ଭାବେ ପୁରୁଣା ଓ ଅସୁରକ୍ଷିତ ବିଦ୍ୟୁତ ଢାଞ୍ଚାର ସୁଧାର, ସମୟୋଚିତ ମରାମତି, ଓ ସୁରକ୍ଷା ନିୟମର କଡା ଅନୁସରଣ ଉପରେ ଜୋର ଦିଆଯାଉଛି। ଏଠି ସହିତ, ସଚେତନତା ଅଭିଯାନ ମାଧ୍ୟମରେ ଲୋକମାନଙ୍କୁ ସତର୍କ କରାଯାଉଛି।

Leave a Reply

Your email address will not be published. Required fields are marked *