ରଣକ୍ଷେତ୍ରରେ ପରିଣତ ହୋଇଛି ରାଜଧାନୀ ରାଜରାସ୍ତା । ଲୋୟର୍ ପିଏମଜିରେ ଆନ୍ଦୋଳନକାରୀମାନେ ସଭା ସ୍ଥଳକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ସହ ଖଣ୍ଡ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା । ବିକ୍ଷୋଭକାରୀ ଅଣ୍ଡା, ଟମାଟୋ, ଢେଲା ମାଡ଼ କରିଥିଲେ । ଏମିତିକି ସଭାରେ ଥିବା ଚେୟାର ପିଙ୍ଗିବା ଆରମ୍ଭ କରିଥିଲେ । ସ୍ଥିତି ଅଣାୟତ ହେବାରୁ ପୋଲିସ ବାଧ୍ୟ ହୋଇ ପାଣି ଏବଂ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ଏହା ପରେ ସ୍ଥିତି ଅଣାୟତ୍ତ ହୋଇଥିଲା । କଂଗ୍ରେସ କର୍ମୀମାନେ ପୋଲିସ ସହିତ ଧସ୍ତାଧସ୍ତି କରିଥିଲେ ।

ସେହିପରି କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ୧୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଗାଡିକୁ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ କଂଗ୍ରେସ କର୍ମୀ। କିନ୍ତୁ ସ୍ଥିତି ବର୍ତ୍ତମାନ ନିୟନ୍ତ୍ରଣାଧୀନ ରହିଥିବା ନେଇ ଡିସିପି ଜଗମୋହନ ମୀନାଙ୍କ ସୂଚନା। ସମ୍ପୃକ୍ତିଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଚେତାବନୀ ଦେଇଛନ୍ତି ଡିସିପି ।

Leave a Reply

Your email address will not be published. Required fields are marked *