ଶୂନ୍ୟକାଳରେ ବିରୋଧୀଙ୍କୁ କଡ଼ା ଟାର୍ଗେଟ୍‌ କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ସେ କହିଛନ୍ତି ବିରୋଧୀଙ୍କ ହଙ୍ଗାମା ଯୋଗୁଁ ନଷ୍ଟ ହେଲାଣି ୧୨ କୋଟି ରାଜସ୍ୱ।  ସାଧାରଣ ଲୋକଙ୍କ ରାଜକୋଷର ଅର୍ଥରେ ବିଧାନସଭା ଚାଲିଛି । ପ୍ରତିଦିନ ପ୍ରାୟ ୬୮ରୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ବିରୋଧୀଙ୍କ ହଙ୍ଗାମା କରି ଗୃହକୁ ସୁରୁଖୁରୁରେ ଚାଲିବାକୁ ଦେଉନାହାନ୍ତି ୨୪ ବର୍ଷ ଶାସନ କରିଥିବା ଦଳ ବିଧି ବ୍ୟବସ୍ଥା ପାଳନ ନକରିବା ଦୁର୍ଭାଗ୍ୟଜନକ ।

ସୂଚନା ଯୋଗ୍ୟ; ବିଧାନସଭାରେ ଅଭାବନୀୟ ପରିସ୍ଥିତି ଚାଲିଛି । ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଗୃହ କାର୍ଯ୍ୟ ସୁରୁଖୁରୁରେ ଚାଲିପାରିନାହିଁ। ପ୍ରଶ୍ନକାଳ ହଟ୍ଟଗୋଳ ପାଇଁ ବାଚସ୍ପତି ବାରମ୍ବାର ବାରମ୍ବାର ଗୃହକୁ ମୁଲତବୀ କରି ଆସୁଛନ୍ତି। ହାତରେ ପ୍ଲାକାର୍ଡ, କଳା ସାର୍ଟ ପିନ୍ଧି ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହୋହଲ୍ଲା କରିଥିଲେ। ଧାନ କିଣା ନାଁରେ ପ୍ରଥମେ ବିରୋଧୀ ବିଧାନସଭା ବନ୍ଦ କରିଲେ। କୌଣସି ଚାଷୀ ଆପଣଙ୍କ ସହ ନଥିଲେ।

ଏବେ ଏସସିବି ମେଡିକାଲକଲେଜର ଆଇସିୟୁ ଟ୍ରମା ସେଣ୍ଟରରେ ଅଗ୍ନିକାଣ୍ଡ ହୋଇଥିବା ପ୍ରସଙ୍ଗରେ ୧୩ ଜଣ ରୋଗୀଙ୍କ ପ୍ରାଣ ଯାଇଥିବା ଘଟଣାରେ ବିରୋଧୀ ହୋହଲ୍ଲା କରି ଗୃହକୁ ଚଳାଇ ଦେଉନଥିଲେ ।  ବାଚସ୍ପତି ସୁରମା ପାଢୀ ବାରମ୍ବାର ବିରୋଧୀଙ୍କୁ ପ୍ରଶ୍ନ କାଳରେ ସହଯୋଗ କରିବା ପାଇଁ ସହମତି ଲୋଡିଥିଲେ ମଧ୍ୟ କାହା କଥା ଶୁଣିନଥିଲେ । ସମାନ ଢଙ୍ଗରେ , ପ୍ରତୀକାତ୍ମକ ଭାବେ ପ୍ରତିବାଦ ଜାରି ରଖିଥିଲେ ଉଭୟ କଂଗ୍ରେସ ଓ ବିଜେଡି ।

Leave a Reply

Your email address will not be published. Required fields are marked *