ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ରାଜନଗର ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ ଛାତ୍ରୀ । ଏହି ସମୟରେ ଟେକି ନେଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା ଦେଲେ ରାଜନଗର ଆଇଆଇସି । ଏହାପରେ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଲା ପୋଲିସ । ସୂଚନା ଯୋଗ୍ୟ, ଦଶମ ଶ୍ରେଣୀ ଛାତ୍ରୀ ଜଣକ ରାକ୍ଷୀ ପୂର୍ଣ୍ଣିମା ଦିନ ପିଉସା ଘରକୁ ଆସିଥିଲେ । ଏହି ସମୟରେ ଛାତ୍ରୀ ଜଣକ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ପୀଡିତାଙ୍କ ପରିବାର ଲୋକ। ଅଭିଯୋଗ ପରେ ପୋଲିସ ପିଉସାଙ୍କ ସମେତ ୫ ଜଣଙ୍କୁ ଉଠାଇନେଇ ଥାନାରେ ଅଟକ ରଖି ଘଟଣା ସମ୍ପର୍କରେ ପଚରାଉଚରା କରୁଛି । Post navigation ବରଗଡ଼ ନାବାଳିକା ପୋଡ଼ି ଘଟଣା: ଶୋକ ପ୍ରକାଶ କଲେ ନବୀନ ପଟ୍ଟନାୟକ ପୁଣି ଜଣେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ