ରାଜ୍ୟରେ ୧୦ ହଜାର ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ବୋଲି ଆଜି ବିଧାନସଭା ଗୃହ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ସେ କହିଛନ୍ତି ନୂଆ ସରକାର ଏପର୍ଯ୍ୟନ୍ତ ୧୮ ହଜାରରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇ ସାରିଲେଣି । ଆଗକୁ ଆହୁରି ୧୦ ହଜାର ଶିକ୍ଷକ ନିଯୁକ୍ତ ହେବେ । ଆବଶ୍ୟକସ୍ଥଳେ ପିଅନ ଓ କିରାଣୀ ମଧ୍ୟ ନିଯୁକ୍ତି ପାଇବେ । ସଂରକ୍ଷିତ ଅଞ୍ଚଳରେ ୨୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର କରାଯାଇଛି । ଅଣସଂରକ୍ଷିତ ଅଞ୍ଚଳରେ ୪୦ ପିଲା ଥିଲେ ସ୍କୁଲ ଖୋଲିବାକୁ ବିଚାର । ରାଜ୍ୟରେ ବନ୍ଦ ଥିବା ସ୍କୁଲ ଖୋଲିବା ଦ୍ୱାରା ଶିକ୍ଷକ ମଧ୍ୟ ନିଯୁକ୍ତ ହେବେ । Post navigation ପୁଣି ଖୋଲିବ ବନ୍ଦ ହୋଇଥିବା ସ୍କୁଲ! ବିଧାୟକଙ୍କ ଦରମା ବୃଦ୍ଧି ଦାବି କଲେ ବିରୋଧୀ ଓ ଶାସକ ଦଳ