ଅଗ୍ନିପଥ ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ପୂର୍ବତନ ଅଗ୍ନିବୀରମାନଙ୍କୁ ଅର୍ଦ୍ଧସାମରିକ ବାହିନୀ BSF, CISF, SSB, RPF, CRPFରେ ନିଯୁକ୍ତି ପାଇଁ ୧୦% ସଂରକ୍ଷଣ ବ୍ୟବସ୍ଥାରେ ୧୦ ପ୍ରତିଶତ ସଂରକ୍ଷଣ ଦିଆଯିବ। ଏଥିପାଇଁ କୌଣସି ଶାରୀରିକ ପରୀକ୍ଷାର ଆବଶ୍ୟକତା ନାହିଁ। ପ୍ରଥମ ବ୍ୟାଚ୍ ପାଇଁ ୫ ବର୍ଷ ଛାଡ଼ କରାଯିବ। ତା’ପରେ ୩ ବର୍ଷ ଛାଡ଼ ହେବ। ସିଆଇଏସଏଫ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବ। ଏହାକୁ ନେଇ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ (ସିଆଇଏସଏଫ) ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଥିବା କୁହାଯାଉଛି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଅଗ୍ନିବୀରଙ୍କୁ ମଧ୍ୟ କେନ୍ଦ୍ରୀୟ ପୋଲିସ ଫୋର୍ସରେ ଚାକିରି ମିଳିବ।ସରକାର ୧୪ ଜୁନ ୨୦୨୨ରେ ଅଗ୍ନିପଥ ଯୋଜନା ଆଣିଥିଲେ। ଏହା ଅନୁସାରେ ସାଢ଼େ ୧୭ରୁ ୨୧ ବର୍ଷ ବୟସର ଯୁବକମାନଙ୍କୁ ୪ ବର୍ଷ ପାଇଁ ସଶସ୍ତ୍ର ବାହିନୀରେ ନିଯୁକ୍ତି ଦିଆଯାଉଛି ।

Leave a Reply

Your email address will not be published. Required fields are marked *