ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଜନସମାଗମ ଦେଖିବାକୁ ମିଳିଛି । ବର୍ଷର ଶେଷରେ ପୁରୀରେ ଏବେ ବିଭିନ୍ନ ରାଜ୍ୟ ଓ ଦେଶରୁ ବହୁ ସଂଖ୍ୟକ ଭକ୍ତ ଆସି ଅସମ୍ଭାଳ ଭିଡ଼ ଜମାଉଛନ୍ତି । ଏଥିପାଇଁ ବାହାରକାଠ ନିକଟରେ ଜଗାକୁ ଦର୍ଶନ କରୁଛନ୍ତି ଭକ୍ତ । କିନ୍ତୁ ଆଜି ବାହାରକାଠ ନିକଟରେ ଦର୍ଶନ ବେଳେ ଠେଲାପେଲା ଯୋଗୁଁ ଅଣନିଶ୍ୱାସୀ ଯୋଗୁଁ ୧୦ ଜଣ ଭକ୍ତ ଅସୁସ୍ଥ ହୋଇଛନ୍ତି । ୧୦ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ସୂଚନା ମୁତାବକ, ଆସନ୍ତାକାଲି ଓ ୧ ତାରିଖରେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରିବେ ଭକ୍ତ ।ଅନ୍ୟ ୩ ଦ୍ୱାର ଦେଇ ପ୍ରବେଶ ମନା, କେବଳ ପ୍ରସ୍ଥାନ ପାଇଁ ଅନୁମତି ରହିବ । ଅନ୍ୟପଟେ ନୂଆବର୍ଷରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁରୀରେ ୬୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଶ୍ରୀମନ୍ଦିର ପରିସରରେ ୨ ଭାଗରେ ପୋଲିସ ମୁତୟନ ହୋଇଛନ୍ତି । ଜନଗହଳିପୂର୍ଣ୍ଣ ସ୍ଥାନରେ ଆଣ୍ଟି ସ୍ନାଚିଂ ଟିମ୍ ମୁତୟନ ରହିବେ । ବିଭିନ୍ନ ସ୍ଥାନରେ ପୋଲିସ ତରଫରୁ ନାକାବନ୍ଦୀ କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ମାର୍କେଟ ଛକ ଯାଏଁ ବ୍ୟାରିକେଡ୍ କରାଯାଇଛି । Post navigation ମେଲବୋର୍ଣ୍ଣ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ; ରୋହିତ ଓ କୋହଲି ପୁଣି ଫେଲ୍ ବୀମାଭୁକ୍ତ ଚାଷୀଙ୍କ ପଞ୍ଜୀକରଣ ଅବଧି ଜାନୁଆରୀ ୧ ଯାଏଁ ବୃଦ୍ଧି