ଅପରେସନ ସିନ୍ଦୂର ପରେ ଉତ୍ତେଜିତ ହୋଇ ଏଲଓସିରେ ଗୁଳିମାଡ଼ କରୁଛି ପାକିସ୍ତାନ । ଖାଲି ହେଉଛି ଏଲଓସି ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଛି ପାକିସ୍ତାନ । ଜାମ୍ମୁ ଓ କାଶ୍ମୀରର ପୁଞ୍ଚରେ ହୋଇଥିବା ପାକିସ୍ତାନର ଗୁଳିମାଡ଼ରେ ୧୦ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୮ ଆହତ ହୋଇଥିବା ଜଣାପଡିଛି ।

ଭାରତୀୟ ସେନା ମଧ୍ୟ ଏହାର ଉଚିତ ଜବାବ ଦେଇଛି। ପାକିସ୍ତାନ ସେନାକୁ କାଉଣ୍ଟର କରୁଛି ଭାରତ । ଭାରତର ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନୀ ସେନାର ମଧ୍ୟ କ୍ଷତି ହୋଇଛି।

ସୂଚନା ଯୋଗ୍ୟ; ଭାରତୀୟ ବାୟୁସେନା ମଙ୍ଗଳବାର-ବୁଧବାର ରାତି ପାକିସ୍ତାନରେ ବଡ଼ଧରଣର ଏୟାରଷ୍ଟ୍ରାଇକ କରିଛି। ଏହି ଆକ୍ରମଣରେ ୯ଟି ଆତଙ୍କବାଦୀ ସ୍ଥାନକୁ ଟାର୍ଗେଟ କରାଯାଇଥିଲା।

Leave a Reply

Your email address will not be published. Required fields are marked *