କେନ୍ଦ୍ରାପଡ଼ା ବ୍ରହ୍ମତାଳଧ୍ୱଜ ରଥ ନିର୍ମାଣ ପାଇଁ ୧ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ବିଗତ କିଛି ବର୍ଷ ଧରି ବ୍ରହ୍ମତାଳଧ୍ୱଜ ରଥର ୧୪ଟି ଚକ ଠିକ୍ ନ ଥିବା ଯୋଗୁଁ ରଥ ଟଣା ବେଳେ ବିଭିନ୍ନ ପ୍ରକାର ବିଘ୍ନ ସୃଷ୍ଟି ହେଉଥିଲା । କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉଙ୍କ ବାହୁଡା଼ ଯାତ୍ରା ସମୟରେ ମଧ୍ୟ ସମାନ ପରିସ୍ଥିତି ପରିଲକ୍ଷିତ ହେଉଥିଲା। ଏପରି ବିଭ୍ରାଟ ଭକ୍ତମାନଙ୍କ ମନରେ ଅସନ୍ତୋଷ ସୃଷ୍ଟି କରୁଥିଲା । ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଆଜି ରାଜ୍ୟ ସରକାର ୧ କୋଟି ମଞ୍ଜୁର କରିଛନ୍ତି । ଏହି ଅନୁଦାନ ରଥ ନିର୍ମାଣ ପାଇଁ ବ୍ୟବହୃତ ହେବ । ଏହି ରଥ ପୃଥିବୀର ସବୁଠାରୁ ବଡ଼ରଥ । କୁହାଯାଏ, ବଳଦେବଜୀଉଙ୍କ ଆଜ୍ଞାମାଳ ନ ପାଇଲା ଯାଏଁ ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥ ଆଗକୁ ବଢ଼େ ନାହିଁ । Post navigation Farmers In Tears: ବିଦ୍ୟୁତ ବିଲ ପାଇଁ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ଧାନ ବସ୍ତା ରଖିଲେ ଚାଷୀ Modi To Launch Cervical Cancer Vaccination Drive: ସର୍ଭାଇକାଲ୍ କ୍ୟାନ୍ସର ଟୀକାର ଶୁଭାରମ୍ଭ କରିବେ ମୋଦି