ଓଡ଼ିଶା ବିଧାନସଭାରେ ଆଜିଠାରୁ ଆରମ୍ଭ ହୋଇଛି ବଜେଟ୍ ଅଧିବେଶ । ପ୍ରଥମ ଦିନରେ ରାଜ୍ୟପାଳ ହରିବାବୁ କମ୍ଭମପାଟି ଅଭିଭାଷଣରେ କହିଛନ୍ତି ଆମ ଓଡିଶା ଖଣିଜ ସମ୍ପଦରେ ଭରପୂର। ଓଡିଶା ନିଜ ଐତିହ୍ୟ ଏବଂ କୀର୍ତ୍ତିରାଜିକୁ ନେଇ ପରିଚିତ। ଗରିବ, ଯୁବକ, ଅନ୍ନଦାତା , ନାରୀଶକ୍ତି ଆମ ସରକାରଙ୍କ ମୂଳମନ୍ତ୍ର। ତେଣୁ ୫ ବର୍ଷ ମଧ୍ୟରେ ୧.୫ ଲକ୍ଷ ସରକାରୀ ଚାକିରି ପୂରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରଥମ ଦୁଇ ବର୍ଷରେ ୬୫,୦୦୦ ପଦବୀ ପୂରଣ ହେବ । ଦୁଇ ବର୍ଷରେ ବୟନ ଶିଳ୍ପ କ୍ଷେତ୍ରରେ ୫୦,୦୦୦ ନିଯୁକ୍ତି ଦିଆଯିବ ।  ଏହା ୨୦୨୪-୨୫ରେ ୨୪ ହଜାରରୁ ଅଧିକ ପଦବୀ ପୂରଣ ହୋଇସାରିଛି ବୋଲି ସୂଚନା ଦେଇଛନ୍ତି  ରାଜ୍ୟପାଳ ।

ସେ ଆଉ ମଧ୍ୟ କହିଛନ୍ତି ଉତ୍କର୍ଷ ଓଡିଶା କନକ୍ଲେଭରେ ୧୨.୮୯ ଲକ୍ଷ କୋଟିର ଏମଓୟୁ ହୋଇଛି। କ୍ରୀଡା କ୍ଷେତ୍ରରେ ଆମ କ୍ରୀଡାବିତ୍ ମାନେ ଅନେକ ସଫଳତା ଆଣିଛନ୍ତି। ସେହିପରି ସରକାର ଧାନର ମୂଲ୍ୟ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ଦୁଗ୍ଧ ଚାଷୀଙ୍କ ପାଇଁ କାମଧେନୁ ଯୋଜନା ଆରମ୍ଭ ହୋଇଛି। ୪୬ ଲକ୍ଷ ମହିଳା ଓ ଶିଶୁଙ୍କୁ ପୁଷ୍ଟିକାର ଖାଦ୍ୟ ଦିଆଯାଉଛି। ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ।୨୦୨୪-୨୫ରେ ପ୍ରାୟ ୧୦ ଲକ୍ଷ ମହିଳାଙ୍କୁ ଏଥିପାଇଁ ତାଲିମ୍ ଦିଆଯିବ।

Leave a Reply

Your email address will not be published. Required fields are marked *