ଭିଜିଲାନ୍ସ ଜାଲରେ ଭୁବନେଶ୍ୱର ମୃତ୍ତିକା ସଂରକ୍ଷଣ ଏବଂ ଜଳ ଛାୟା ଯୁଗ୍ମ ନିର୍ଦ୍ଦେଶକ । ଆଜି ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗଙ୍କ ଘରେ ଚଢ଼ଉ କରିଛି ଭିଜିଲାନ୍ସ ଟିମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି।

ଭୁବନେଶ୍ୱର, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଯାଞ୍ଚ କରାଯାଉଛି । କଳାହାଣ୍ତି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ କୁପଗାଁ ଗ୍ରାମରେ ଥିବା ପୈତୃକ ବାସଭବନ ଓ ଧର୍ମଗଡ଼ ଥାନା ବିକ୍ରମଗୁଡ଼ା ଗ୍ରାମରେ ଥିବା ଶ୍ୱଶୁର ଘର, ରାଜଧାନୀ ଭୁବନେଶ୍ୱରର ଗୋଠପାଟଣାସ୍ଥିତ ମହାନଦୀ ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ଚନ୍ଦ୍ରଶେଖରପୁରରେ ଥିବା ଘର ଓ କାର୍ଯ୍ୟାଳୟ ଏବଂ ନବରଙ୍ଗପୁର ଜିଲ୍ଲାର ମଝିଗୁଡ଼ା ଛକ ନିକଟସ୍ଥ ପଦଲଗୁଡ଼ାରେ ଥିବା ଏକ କୋଠା ଓ ଛୁଟିଆଗୁଡ଼ାରେ ସ୍ତ୍ରୀଙ୍କ ନାମରେ ଥିବା ୨ଟି ଘରେ ଚଢ଼ଉ ଜାରି ରହିଛି ।

ଏହି ଚଢ଼ଉରେ ଭିଜିଲାନ୍ସ ବିଭାଗର ୧୦ ଜଣ ଡିଏସପି, ୮ ଇନସ୍ପେକ୍ଟର୍, ୧୦ ଆସିଷ୍ଟାଣ୍ଟ ଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ଅଛନ୍ତି । ପୂର୍ବ ମାସରେ ଭିଜିଲାନ୍ସ ଦ୍ୱାରା ରୁଜୁ ହୋଇଥିବା ଦୁର୍ନୀତି ମାମଲା ସହିତ ଜଡ଼ିତ ଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

Leave a Reply

Your email address will not be published. Required fields are marked *