ସଂସଦରେ ସାଧାରଣ ବଜେଟ୍ ୨୦୨୫ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟବିତ୍ତ ବର୍ଗଙ୍କୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି । ଏବେ ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ଲୋକଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ଏହି ପରିବର୍ତ୍ତନ ନ୍ୟୁ ଟ୍ୟାକ୍ସ ରିଜିମ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି । ଏହାପୂର୍ବରୁ ୭ ଲକ୍ଷ ଟଙ୍କା ଆୟ ଉପରେ କୌଣସି ଟିକସ ଦେବାକୁ ପଡ଼ୁ ନ ଥିଲା । ଷ୍ଟାଣ୍ଡାର୍ଡ ଡିଡକ୍ସନକୁ ୭୫୦୦୦ ଟଙ୍କା ରଖାଯାଇଛି । ଏବେ ୨୪ ଲକ୍ଷ ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରାଯିବ । ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ଷ୍ଟାଣ୍ଡାର୍ଡ ଡିଡକ୍ସନରୁ ରିହାତି ମିଳିବ ।

ଅର୍ଥମନ୍ତ୍ରୀ କହିଛନ୍ତି, ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଏବେ କୌଣସି ଆୟକର ଦେବାକୁ ପଡିବ ନାହିଁ । ଏଥିରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଡି ଦେଲେ ବେତନଭୋଗୀ ଲୋକଙ୍କ ପାଇଁ ୧୨.୭୫ ଲକ୍ଷ ଟଙ୍କାର ଆୟ ଉପରେ କୌଣସି ଟ୍ୟାକ୍ସ ଲାଗିବ ନାହିଁ ।  ଟିଡିଏସର ସୀମାରେ ପରିବର୍ତ୍ତନ ଅଣାଯିବ ଯାହାଦ୍ୱାରା ଏଥିରେ ଲୋକେ ଉପକୃତ ହୋଇ ପାରିବେ । ବରିଷ୍ଠ ନାଗରିକଙ୍କ ପାଇଁ ଟିଡିଏସରେ କୋହଳ ସୀମାକୁ ୫୦ ହଜାରରୁ ବଢାଇ ଏକ ଲକ୍ଷ ଟଙ୍କା କରାଯିବ । ଭଡାରୁ ହେଉଥିବା ଆୟ ଉପରେ ଟିଡିଏସରେ କୋହଳ ସୀମା ବଢାଯାଇ ଛଅ ଲକ୍ଷ ଟଙ୍କା କରାଯିବ । ଏବେ ୨୪ ଲକ୍ଷ ଆୟ ଉପରେ ୩୦ ପ୍ରତିଶତ ଟ୍ୟାକ୍ସ ଲାଗିବ । ଏହା ସହିତ ୧୫-୨୦ ଲକ୍ଷ ଆୟ ଉପରେ ୨୦ ପ୍ରତିଶତ ଟ୍ୟାକ୍ସ କାଟିବ । ଅନ୍ୟପଟେ ୮ରୁ ୧୨ ଲକ୍ଷ ଆୟ ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗିବ ।

ପରିବର୍ତ୍ତିତ ଟ୍ୟାକ୍ସ ସ୍ଲାବ ହେଲା:-

୦ ରୁ ୪ ଲକ୍ଷ- ଜିରୋ

୪ ରୁ ୮ ଲକ୍ଷ- ୫ ପ୍ରତିଶତ

୮ରୁ ୧୨ ଲକ୍ଷ- ୧୦ ପ୍ରତିଶତ

୧୨ ରୁ ୧୬ ଲକ୍ଷ- ୧୫ ପ୍ରତିଶତ

୧୬ରୁ ୨୦ ଲକ୍ଷ- ୨୦ ପ୍ରତିଶତ

୨୦ ରୁ ୨୪ ଲକ୍ଷ- ୨୫ ପ୍ରତିଶତ

୨୪ ଲକ୍ଷରୁ ଅଧିକ ଆୟ- ୩୦ ପ୍ରତିଶତ

୧୨ ଲକ୍ଷ ଆୟ ଉପରେ ଜିରୋ ଟ୍ୟାକ୍ସ

Leave a Reply

Your email address will not be published. Required fields are marked *