ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳ ବାର୍ତ୍ତା ନେଇ ସାରା ବିଶ୍ବ ବୁଲିବେ ଭାରତର ସାଂସଦ । ଯିଏକି ବିଦେଶ ଗସ୍ତରେ ଯାଇ ପାକିସ୍ତାନର ଗୁମର ଖୋଲିବା ସହିତ, ଭାରତର ପକ୍ଷ ରଖିବେ । ଏହି ସମୟରେ ପାକିସ୍ତାନ ବିରୋଧରେ କହିବାକୁ ବିଦେଶ ଗସ୍ତରେ ଯାଉଥିବା ସାଂସଦଙ୍କ ଏହି ଟିମରେ ସାମିଲ ହେବାକୁ ମନା କରିଦେଇଛନ୍ତି ୟୁସୁଫ ପଠାନ । ବିଦେଶ ଗସ୍ତରେ ଉପଲବ୍ଧ ହେବେ ନାହିଁ ବୋଲି କହିଥିବା ସୂଚନା ମିଳିଛି । ଏନେଇ ୟୁସୁଫ୍ ପଠାନ ସର୍ବଦଳୀୟ ଟିମ୍‌କୁ ଜଣାଇଥିବା ଜଣାପଡିଛି ।  ଆତଙ୍କବାଦ ବିରୋଧୀ ବାର୍ତ୍ତା ବାଣ୍ଟିବା ନେଇ ଗଠନ ହେଲା ସର୍ବଦଳୀୟ ପ୍ରତିନିଧି ଦଳ । ଏହି ଦଳ ମଧ୍ୟରେ ସାଂସଦ ସଞ୍ଜୟ ଝାଙ୍କ ନେତୃତ୍ବାଧୀନ ଟିମ୍‌ରେ ଅଛନ୍ତି ୟୁସୁଫ୍ ।

ୟୁସୁଫ ପଠାନ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଏହି ବିଦେଶ ଗସ୍ତରେ ପାଇଁ ସେ ସାମିଲ ହେବେ ନାହିଁ । ଏଥିପାଇଁ ତାଙ୍କ ପାଖରେ ସମୟ ନାହିଁ । ଏହାସହ ତାଙ୍କୁ ଏହି ଟିମରେ ସାମିଲ କରିବା ନେଇ, ପୂର୍ବରୁ କୌଣସି ପ୍ରକାର ଯୋଗାଯୋଗ କରାଯାଇନଥିଲା କି ତାଙ୍କ ଦଳ ଟିଏମସି ସହିତ ମଧ୍ୟ ଏନେଇ କୌଣସି ପ୍ରକାର ଚର୍ଚ୍ଚା ହୋଇନି ।

ସୂଚନା ଯୋଗ୍ୟ; ବିଶ୍ବ ସମୁଦାୟ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ଗଠନ ହୋଇଛି ସର୍ବଦଳୀୟ ପ୍ରତିନିଧି ଦଳ । ଏହି ଦଳର ସଦସ୍ୟମାନେ ପାକିସ୍ତାନର ଆତଙ୍କୀ ପ୍ରୀତି ସହ ଅପରେସନ ସିନ୍ଦୂର ବାବଦରେ ବିଶ୍ବର ବଡ ବଡ ଦେଶକୁ ଗସ୍ତ କରି ବଖାଣିବେ । ତେବେ ବିଦେଶ ଗସ୍ତ ପାଇଁ ୭ଟି ସର୍ବଦଳୀୟ ପ୍ରତିନିଧି ଦଳ ଗଠନ ହୋଇଛି । ପ୍ରତି ଦଳର ନେତୃତ୍ବ ନେବେ ୭ ଜଣ ବରିଷ୍ଠ ସାଂସଦ ରହିଛନ୍ତି। ତେବେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ କୁମାର ଝା, ଡିଏମକେର କାନିମୋଝୀ କରଣାନିଧି, ଏନସିପିର ସୁପ୍ରିୟା ସୋଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ପ୍ରତି ଦଳର ନେତୃତ୍ବ ନେବା ନେବେ ।ଆମେରିକା, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, କତାର, ୟୁଏଇ ଭଳି ସହଯୋଗୀ ରାଷ୍ଟ୍ରକୁ ଗସ୍ତ କରିବେ । ମେ’ ୨୨ ତାରିଖରୁ ଏହି ଗସ୍ତ ଆରମ୍ଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *