ୟୁଟ୍ୟୁବର ସରୋଜ ମିଶ୍ର ଓରଫ୍ ତପି ମିଶ୍ର ଗିରଫ । ସୋସିଆଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ । ଇନ୍‌ଫୋସିଟି ଥାନା ପୋଲିସ ତପି ମିଶ୍ରଙ୍କୁ ଗିରଫ କରିଥିବା ସୂଚନା । ନୂଆ ଓଡ଼ିଆ ଫିଲ୍ମ ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ଅନେକ ଆପତ୍ତିଜନକ ବୟାନ ଦେଇଥିଲେ। ଯାହାକୁ ନେଇ ଆଜି ସନ୍ଧ୍ୟାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି। ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା।

ସୂଚନା ଯୋଗ୍ୟ; ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ‘ମୋତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି’ କହି ବିବାଦରେ ଫସିଥିଲେ ।

ଏହା ସହ ତପିଙ୍କ ନାମରେ ଲେଖା ଚୋରି ଅଭିଯୋଗ ଆଣିଛନ୍ତି ଲେଖିକା ବନସ୍ମିତା ପତି। ବନସ୍ମିତା ଅଭିଯୋଗ କରିଛନ୍ତି ୨୦୨୩ ଅକ୍ଟୋବରରେ ପ୍ରକାଶିତ ପୁସ୍ତକ ‘ଅଗ୍ନି ପରୀକ୍ଷା’ରେ ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦ ପ୍ରକାଶ ପାଇଥିଲା। ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ମଧ୍ୟ ଫସିଥିଲେ ତପି ମିଶ୍ର। ଏହା ଉପରେ ପ୍ରକାଶକ ବିକେ ପବ୍ଲିକେସନ୍, ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ମଧ୍ୟ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

Leave a Reply

Your email address will not be published. Required fields are marked *