ନିମାପଡ଼ା ପୋଲିସ ନିର୍ଯ୍ୟାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା ଅଭିଯୋଗ। ପୋଲିସର ନିର୍ଯାତନାରୁ ଆତ୍ମହତ୍ୟା ଅଭିଯୋଗ କଲେ ପରିବାର ଲୋକେ। ନ୍ୟାୟ ଦାବିରେ ଥାନା ଆଗରେ ମୃତଦେହ ରଖି ବସିଲେ ଶତାଧିକ ଗ୍ରାମବାସୀ। ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ମୃତକଙ୍କ ନାମ ସୁବ୍ରତ ଭୋଇ, ନିମାପଡ଼ା ଅନ୍ତର୍ଗତ ଡିହାବାରୀ ଅଞ୍ଚଳର ବାସିନ୍ଦା ଥିଲେ। ସକାଳେ ତାଙ୍କୁ ଗାଁ ପଡ଼ିଆରେ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ସେପଟେ ଏହି ଅଭିଯୋଗକୁ ନିମାପଡ଼ା ଏସ୍ଡିପିଓ ଖଣ୍ଡନ କରିଛନ୍ତି । ପରିବାର ଲୋକେ ମିଥ୍ୟା କହୁଛନ୍ତି ବୋଲି ନିମାପଡ଼ା ଏସ୍ଡିପିଓଙ୍କ ସୂଚନା । ସେ କହିଛନ୍ତି ପୋଲିସ ତାଙ୍କୁ କେବେ ନିର୍ଯାତନା ଦେଇନାହିଁ। ଅଧିକାରୀମାନେ ତାଙ୍କୁ କେବେ ଭେଟି ନଥିଲେ। ପରିବାର ଯେଉଁ ଅଧିକାରୀଙ୍କୁ ଅଭିଯୋଗ କରୁଛନ୍ତି ସେ ତଦନ୍ତ ପାଇଁ ଯୁବକଙ୍କ ବାସଭବନକୁ ଯାଇଥିଲେ କିନ୍ତୁ ତାଙ୍କୁ ଭେଟି ନଥିଲେ। ସୂଚନା ଯୋଗ୍ୟ; ଗତକାଲି ଏକ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଡିହବାରୀ ଅଞ୍ଚଳର ଯୁବକ ସୁବ୍ରତ ଭୋଇକୁ ନିମାପଡ଼ା ପୋଲିସ ଉଠାଇ ନେଇଥିଲା । ହେଲେ କିଛି ପଚରାଉଚରା କରିବା ପରେ ପୋଲିସ ତାଙ୍କୁ ଛାଡ଼ି ଦେଇଥିଲା । ହେଲେ ଆଜି ସକାଳୁ ଗାଁ ପଡିଆର ଏକ ଗଛରେ ସୁବ୍ରତଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା । ଗାଁ ଲୋକେ ସୁବ୍ରତଙ୍କ ପରିବାରକୁ ଖବର ଦେଇଥିଲେ । ତା’ପରେ ସେମାନେ ତାଙ୍କୁ ଡାକ୍ତରଖାନାକୁ ନେଇଗଲେ ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପରିବାର ଲୋକେ ପୋଲିସ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ପୋଲିସର ନିର୍ଯ୍ୟାତନା ସହି ନ ପାରି ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତଦେହକୁ ଥାନା ସମ୍ମୁଖରେ ରଖି ଶତାଧିକ ଗ୍ରାମବାସୀ ଧାରଣାରେ ବସିଛନ୍ତି । ଥାନାରେ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ସେପଟେ ପୋଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି । ସମ୍ପୃକ୍ତ ଯୁବକଙ୍କୁ ଥାନାକୁ ଅଣାଯାଇନଥିଲା ବୋଲି ପୋଲିସ କହିଛି । Post navigation Amrit Bharat Train Service: ଓଡ଼ିଶା, ତାମିଲନାଡୁ ଏବଂ ଝାଡ଼ଖଣ୍ଡ ସଂଯୋଗକୁ ସୁଦୃଢ଼ କରିବା ପାଇଁ ଚାଲିବ ନୂତନ ଅମୃତ ଭାରତ ଟ୍ରେନ