ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ହତ୍ୟା ଅଭିଯୋଗ। ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ କିନ୍ତୁ ମିଳିଲା ମୃତ ଦେହ। ଭୁବନେଶ୍ୱର ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରହସ୍ୟମୟ ପରିସ୍ଥିତିରେ ନୟାଗଡ଼ର ପ୍ରଶାନ୍ତ ନାୟକଙ୍କ ମୃତ ଦେହ ଠାବ କରାଯାଇଛି। ଯୁବକଙ୍କୁ ସେଠାରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତ ଯୁବକଙ୍କ ପରିବାର ଲୋକ । ବଳକା ଟଙ୍କା ପୈଠ ନକରିବାରୁ ପିଟି ପିଟି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ସାମ୍ନାକୁ ଆସିଛି ନିଶା ନିବାରଣ କେନ୍ଦ୍ରର ସିସିଟିଭି ଭିଡ଼ିଓ । ମୃତ ଯୁବକ ଗତ ୨ ଦିନ ଧରି ଠିକ ଭାବେ ଖିଆପିଆ କରୁଥିବା ବେଳେ ଗତକାଲି ହଠାତ ତାର ରକ୍ତଚାପ ବଢ଼ି ଯାଇଥିଲା । ଯୁବକ ଜଣଙ୍କ ଦେହ ଅଧିକ ଅସୁସ୍ଥ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ବୋଲି କହିଛନ୍ତି ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ।

Leave a Reply

Your email address will not be published. Required fields are marked *