ଦିନକୁ ଦିନ ବଢିଚାଲିଛି ଯାତ୍ରା କଳାକାର ଏବଂ ଯାତ୍ରା ମାଲିକଙ୍କ ମଧ୍ୟରେ ବିବାଦ। ପୁଣି ଯାତ୍ରା ଜଗତ ଏକ ବିବାଦ ସାମ୍ନାକୁ ଆସିଛି । ଯାତ୍ରା ଅଭିନେତ୍ରୀଙ୍କୁ ମାଡ଼ ମରାଯିବା ନେଇ ଥାନାରେ ଏତଲା । ଦିଆଯାଇଛି । ଭୁବନେଶ୍ୱର ମହିଳା ଥାନାରେ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଏତଲା ଦେଇଛନ୍ତି ଯାତ୍ରା ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ । ବାକି ଟଙ୍କା ମାଗିବାରୁ ଯାତ୍ରାମାଲିକ ମାଡ଼ ସହ ଧମକ ଦେବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ; ବାଲେଶ୍ବର ବାଲିଆପାଳ କ୍ୟାମ୍ପରେ ମାଡ଼ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳ ଅଭିନେତ୍ରୀଙ୍କୁ ମାଡ଼ ମାରିଥିଲେ । ବାକି ଟଙ୍କା ମାଗିବାରୁ ଯାତ୍ରାମାଲିକ ଧମକ ଦେବା ଦେବା ସହ ଲୋକ ଲଗାଇ ମାଡ଼ ମାରିଥିବା ଏତଲାରେ ଦର୍ଶାଯାଇଛି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ ।

ପୋଲିସ କହିବା ମୁତାବକ, ତୁଳସୀ ଗଣନାଟ୍ୟ ଓ ଅଶୋକ ସମ୍ରାଟର ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାରେ ଅଭିଯୋଗ ହେବା ପରେ ଅଭିଯୋଗକୁ ଆଧାର କରି ଯାତ୍ରା ମାଲିକଙ୍କୁ ଯୋଗାଯୋଗ କରୁଛି ପୋଲିସ। ତେବେ ପୂର୍ବରୁ ମଧ୍ୟ ଯାତ୍ରାମାଲିକଙ୍କ ନାରେ ଅନ୍ୟ ଏକ ଯାତ୍ରା କଳାକାର ସମାନ ଅଭିଯୋଗ ଆଣିଥିଲେ କିନ୍ତୁ ଅଭିଯୋଗ ପରେ ଯାତ୍ରା ମାଲିକଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

Leave a Reply

Your email address will not be published. Required fields are marked *