ଗତ ଏକ ଦଶନ୍ଧି ମଧ୍ୟରେ ଭାରତ ଦାରିଦ୍ର୍ୟ ହାର ହ୍ରାସ କରିବା ଦିଗରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଥିବା କହିଛି ବିଶ୍ୱ ବ୍ୟାଙ୍କ୍ । ବିଶ୍ୱ ବ୍ୟାଙ୍କ୍ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ୨୭.୧ ପ୍ରତିଶତରୁ ୫.୩%କୁ ଦାରିଦ୍ର୍ୟ ହାର ଖସିଛି । ରିପୋର୍ଟରେ କୁହାଯାଇଛି ଯେ ୨୦୧୧-୧୨ ରେ ଦାରିଦ୍ର୍ୟ ହାର ୨୭.୧% ଥିଲା, ୨୦୨୨-୨୩ ରେ ୫.୩% କୁ ଏହା ହ୍ରାସ ପାଇଛି । ପ୍ରାୟ ୨୬୯ ନିୟୁତ ଲୋକ ‘ଅତ୍ୟନ୍ତ ଦାରିଦ୍ର୍ୟ’ ରୁ ମୁକ୍ତ ହୋଇଥିବା ସୂଚନା ମିଳିଛି । Post navigation ବେଙ୍ଗାଲୁରୁ ଦଳାଚକଟା ଘଟଣାରେ କେଏସସିଏ ସମ୍ପାଦକ, କୋଷାଧ୍ୟକ୍ଷଙ୍କ ଇସ୍ତଫା ବିଜାପୁର ଏନ୍କାଉଣ୍ଟର: ହାର୍ଡକୋର ମାଓବାଦୀ ଭାସ୍କର, ଗୌତମ ସୁଧାକରଙ୍କ ସମେତ ୭ ମାଓବାଦୀ ନିହତ