ମାଲକାନଗିରି ରାଖେଲଗୁଡାରେ ମହିଳାଙ୍କ ମୁଣ୍ଡ କାଟି ହତ୍ୟା ଘଟଣାର ପୋଲିସକୁ ମିଳିଛି କଟା ମୁଣ୍ଡ । କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ କଟାମୁଣ୍ଡ ମିଳିଛି । ମୃତଦେହ ମିଳିଥିବା ଜାଗା ଠାରୁ ପ୍ରାୟ ୪୦ କିମି ଦୂରରେ ମହିଳାଙ୍କ କଟାମୁଣ୍ଡ ମିଳିଛି । ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲି କଟାମୁଣ୍ଡ ଉଦ୍ଧାର କରିଛି । ହତ୍ୟାକାଣ୍ଡ ପରେ ଶବ ଜବତ ହୋଇଥିଲେ ବି କଟାମୁଣ୍ଡ ମିଳୁନଥିବାରୁ ଏମଭି- ୨୬ ରାଖେଲଗୁଡା ମଧ୍ୟରେ ବିବାଦ ଦେଖାଦେଇଥିଲା । କହିରଖୁଛୁ ଯେ, ମାଲକାନଗିରି ଜିଲ୍ଲା, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା ନିକଟରୁ ୫ ଦିନ ତଳେ ଜଣେ ମହିଳାଙ୍କ ମୁଣ୍ଡବିହୀନ ଶରୀର ଉଦ୍ଧାର ହେବା ପରେ ଉତ୍ତେଜନା ଉଗ୍ର ରୂପ ନେଇଥିଲା । ସ୍ଥିତି ଅଣାୟତ୍ତ ହେବାରୁ ସମଗ୍ର ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରି ଦିଆଯାଇଛି । Post navigation Odisha Road Projects: ୪୪୭୭୧ କୋଟି ରାସ୍ତା ପ୍ରକଳ୍ପକୁ କେନ୍ଦ୍ରର ମଞ୍ଜୁରୀ Odisha Primary Teachers: ୫ ଦିନ ପରେ ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ