ଛତିଶଗଡ଼ ଦନ୍ତେୱାଡାରେ ବଡ଼ ଧରଣର ଏନ୍‌କାଉଣ୍ଟର । ବିଜାପୁରରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏହି ଗୁଳି ବିନିମୟରେ ଜଣେ ମହିଳା ମାଓବାଦୀଙ୍କ ମୃତ ଦେହ ଉଭୟ କରାଯାଇଥିବା ବେଳେ ଏକାଧିକ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି । ଏହା ସହ ବିପୁଳ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ଓ ଏପର୍ଯ୍ୟନ୍ତ ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି।

ଅନ୍ୟପଟେ ଦନ୍ତେୱାଡା ଓ ବିଜାପୁର ସୀମାରେ ମୃତ ମହିଳା ନକ୍ସଲ ନାଁ ରେଣୁକା । ସେ ତେଲେଙ୍ଗାନା ୱାରଙ୍ଗଲ ଜିଲ୍ଲାର ବୋଲି ଜଣାପଡିଛି । ରେଣୁକା ଦଣ୍ଡକାରଣ୍ୟ ସ୍ପେଶାଲ୍‌ ଜୋନାଲ୍‌ କମିଟି (DKSZC) ସଦସ୍ୟ ଥିବା ବେଳେ ସେ ନକ୍ସଲ ମିଡିଆ ଟିମ୍‌ ପାଇଁ କାର୍ଯ୍ୟ କରି ଆସୁଥିବା ସୂଚନା ମିଳିଛି । ଏହା ସହ ତାକୁ ଧରାଇ ଦେବାକୁ ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା ।

ସୂଚନା ଯୋଗ୍ୟ; ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ଦେଶକୁ ମାଓ ମୁକ୍ତ କରିବାକୁ ସଂକଳ୍ପ ନେଇଥିବା କେନ୍ଦ୍ର ସରକାରଙ୍କ ଅଭିଯାନକୁ ଜୋରଦାର କରାଯାଉଛି । ଲଗାତର ଛତିଶଗଡ଼ ଦାନ୍ତେୱାଡ଼ାରେ ମାଓ ଅପରେସନ୍ ଜାରି ରହିଛି ।

Leave a Reply

Your email address will not be published. Required fields are marked *