ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟାଗୁଡା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଚନ୍ଦ୍ର ଧାକଡ଼ଙ୍କ ସ୍ତ୍ରୀ କୁସୁମା ଧାକଡ଼। ସକାଳୁ ଘର ଚାରିପାଖରେ ଝାଡ଼ୁ କରୁଥିବା ବେଳେ ଘର ପାଖର ଏକ ପାଚେରି କାନ୍ଥ ଭୁଶୁଡ଼ି ପଡ଼ିବାରୁ ସେ କାନ୍ଥ ତଳେ ଚାପି ହେଇଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a Reply

Your email address will not be published. Required fields are marked *