ନଭେମ୍ବର ୨୭ରୁ ଆରମ୍ଭ ହୋଇପାରେ ବିଧାନସଭାର ଶୀତ ଅଧିବେଶନ । ତେବେ ବିଧାନସଭାର ଶୀତ ଅଧିବେଶନରେ ରାଜ୍ୟ ସରକାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିବେ । ତେବେ ନୂଆପଡ଼ା ଉପ ନିର୍ବାଚନ ପରେ ବିଧାନସଭାର ଶୀତ ଅଧିବେଶନ ବସିବ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ଏଥର ବିଧାନସଭାର ଶୀତ ଅଧିବେଶନକୁ ସମ୍ବୋଧିତ କରିପାରନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତରେ ଆସିବାର ଅଛି, ଆଉ ଏହି ଗସ୍ତରେ ରାଷ୍ଟ୍ରପତି ରାଜ୍ୟ ବିଧାନସଭାକୁ ସମ୍ବୋଧିତ କରିପାରନ୍ତି । ତେବେ ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଆସିନାହିଁ । ଖୁବଶୀଘ୍ର ସ୍ପଷ୍ଟତା ଆସିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।

ଗସ୍ତ ପାଇଁ ପ୍ରସ୍ତୁତି ପାଇଁ ବିଧାନସଭା ସଚିବାଳୟ ରାଷ୍ଟ୍ରପତିଙ୍କ ଦ୍ୱାରା ପାରମ୍ପାରିକ ଭାବରେ ବ୍ୟବହୃତ ପ୍ରକୋଷ୍ଠ ସହିତ ଅନ୍ୟାନ୍ୟ କ୍ଷେତ୍ରର ନବୀକରଣ ଏବଂ ପୁନଃସଜ୍ଜା କାର୍ଯ୍ୟ ଆରମ୍ଭ କରିଛି।

ତେବେ ନଭେମ୍ବର ୨୭ ତାରିଖରୁ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହେଲେ, ଶୀତ ଅଧିବେଶନ ସରଗରମ ହେବ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ପ୍ରସଙ୍ଗରେ ବିରୋଧୀମାନେ ସରକାରକୁ ଘେରିବା ନେଇ ଅନୁମାନ କରାଯାଉଛି । ଖାସ୍ କରି ଶୀତ ଅଧିବେଶନ ବସିବା ବେଳକୁ, ନୂଆପଡ଼ା ଉପ ନିର୍ବାଚନ ସରିଥିବ, ଆଉ ନୂଆପଡ଼ା ନିଜର ନୂଆ ବିଧାୟକ ପାଇସାରିଥିବ, ତେଣୁ ବିଧାନସଭା ଶୀତ ଅଧିବେଶନ ସରଗରମ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *