ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ। ସେ ବିଶ୍ଵନିୟନ୍ତା । ତାଙ୍କ ଇଛା ବିନା ଗଛରୁ ପତ୍ରଟିଏ ବି ହଲେନି। ମହାପ୍ରଭୁଙ୍କ ନାଁରେ ଅପପ୍ରଚାର ଓ ଗୁଜବ ସୃଷ୍ଟି କରି କେହି ବର୍ତ୍ତି ଯାଇପାରିବେନି। ରତ୍ନଭଣ୍ଡାର ଖୋଲିବା ନେଇ ଯେତେ ବୈଠକ ଓ ପ୍ରସ୍ତୁତି ହେଲେ ବି ତାଙ୍କ ଇଛା ବିନା ସବୁ ଅସମ୍ଭବ। ନବୀନ ଓ ପାଣ୍ଡିଆନଙ୍କୁ ମଧ୍ୟ ଉଚିତ ଶାସ୍ତି ଦେଇଛନ୍ତି।

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଭାଷାରେ
’’ଉତ୍କଳେ ନେତାର ନାହିଁ ପ୍ରୟୋଜନ
ଉତ୍କଳର ନେତା ସ୍ୱୟଂ ନାରାୟଣ’’

ଏସବୁ ଭିତରେ ରତ୍ନଭଣ୍ଡାର ଖୋଲିବା ନେଇ ନୂଆ ସରକାର ଦେଇଥିବା ପ୍ରସ୍ତୁତି ପୁରାଣ ହେବାକୁ ଯାଉଛି। ବହୁ ଘାତ ପ୍ରତିଘାତ ପରେ ରତ୍ନଭଣ୍ଡାର ଖୋଲିବା ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନୂଆ ସରକାର ସଫଳାତାପୂର୍ବକ ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ କରିବେ ବୋଲି ଆଶା ରହିଛି।

ରତ୍ନଭଣ୍ଡାର ଖୋଲିବା ନେଇ ୬ ତାରିଖରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପ୍ରଥମ ବୈଠକ ବସି କେଉଁଭାଳି କାର୍ଯ୍ୟ ଆଗକୁ ଯିବ ସେ ନେଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବ। କେଉଁ ପ୍ରକ୍ରିୟାରେ ଗଣତି ହେବ ଓ କେଉଁ ଏଜେନ୍ସି ସାମିଲ ହେବେ ସେ ନେଇ ନିଷ୍ପତ୍ତି ନିଆଯିବ। ଏ ନେଇ ରାଜ୍ୟ ସରକାର ୧୬ ଜଣିଆ କମିଟି ଗଠନ କରିଛନ୍ତି। ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଥିବା ପୁରୁଣା କମିଟି ଭଙ୍ଗା ହୋଇ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ ନୂଆ କମିଟି ଗଠନ ହୋଇଛି।

ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ଗଠନ ହୋଇଥିବା ୧୬ ଜଣିଆ ଯାଞ୍ଚ କମିଟି ସଦସ୍ୟଙ୍କ ତାଲିକା ମଧ୍ୟ ଆସିଯାଇଛି। ଡାକ୍ତର ସିବିକେ ମହାନ୍ତି, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାହୁ ସଦସ୍ୟ ଅଛନ୍ତି। ନୂଆ କମିଟିରେ ଅବସରପ୍ରାପ୍ତ ଆଇଏସ ଜଗଦୀଶ ମହାନ୍ତି, ଅବସରପ୍ରାପ୍ତ ଆଇପିଏସ ପ୍ରକାଶ ମିଶ୍ର, ସ୍ୱାମୀ ପ୍ରଜ୍ଞାନନ୍ଦ, ହରିହର ହୋତା, ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଗଜପତି ମହାରାଜଙ୍କ ପ୍ରତିନିଧି, ଏଏସଆଇ ପ୍ରତିନିଧି, ମଧୁସୂଦନ ସିଂହାରି, ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସ ମହାପାତ୍ର ପ୍ରମୁଖ ସଦସ୍ୟ ଅଛନ୍ତି। କମିଟିରେ ପୁରୀ ଜିଲ୍ଲାପାଳ ସୌମେନ୍ଦ୍ର ମୁଦୁଲି ଓ ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଅଛନ୍ତି।

ଅନ୍ୟପଟେ ବିରୋଧୀ ଦଳ ମୁଖ୍ୟ ସଚେତକଙ୍କୁ କଡ଼ା ଜବାବ ଦେଇଛନ୍ତି ଆଇନ ମନ୍ତ୍ରୀ । ୨୪ ବର୍ଷ ସରକାରରେ ରହି ରତ୍ନଭଣ୍ଡାର ଖୋଲି ପାରିଲାନି, ଏବେ କହିଲେ କଣ ହେବ। ତେବେ ବିଜେପି କେତେଦୂର ସଫଳ ହେଉଛି ଦେଖିବାକୁ ବାକି ରହିଲା।

By Nirvay

Leave a Reply

Your email address will not be published. Required fields are marked *