୨୦୧୪ରୁ ୨୦୨୪ ଯାଏଁ କଉଁ ନେତାଙ୍କର ପାଟି ଫିଟୁନଥିଲା ଶଙ୍ଖ ସରକାର ବିରୋଧରେ। କୌଣସି ବିରୋଧୀ ଦଳ ମିଡ଼ିଆ ବିରୋଧରେ ବି ଉଁ କି ଚୁଁ କହୁନଥିଲେ । ୨୦୨୪ ନିର୍ବାଚନ ଫଳ କିନ୍ତୁ ସବୁ ଦଳର ନେତାଙ୍କ ବାକ୍ ଶକ୍ତି ଫେରାଇ ଦେଲା । କିନ୍ତୁ ସମସ୍ତେ ଆଙ୍ଗୁଳି ଦେଖେଇଲେଣି ମିଡ଼ିଆ ଆଡ଼କୁ। ସତେ ଯେମିତି ଏଇ ୧୪ ମାସ ଭିତରେ ବଦଳିଗଲା ମିଡ଼ିଆର ରଙ୍ଗ।

କେନ୍ଦ୍ରରେ ୨୦୦୪ ରୁ ୨୦୧୪ ଥିଲା ଉପା ସରକାର । ନାଁ କୁ ମନମୋହନ। ସୋନିଆ ଓ ରାହୁଳ ସବୁକିଛି। ସେତେବେଳେ କିଏ ମନ୍ତ୍ରୀ ହେବେ, କାହାକୁ କଉ ବିଭାଗ ମିଳିବ, ଏସବୁ ସ୍ଥିର କରୁଥିଲେ କିଛି ବଡ଼ ସାମ୍ବାଦିକ। ରାଡିଆ ଟେପ୍ କଥା ସବୁ ଶୁଣିଥିବେ । ରାହୁଳପନ୍ଥୀ ମିଡ଼ିଆକୁ କିନ୍ତୁ ସେତେବେଳେ କେହି ଆକ୍ଷେପ କରୁନଥିଲେ । ବୋଲକରା ସାମ୍ବାଦିକଙ୍କୁ ପଦ୍ମଶ୍ରୀ ବି ମିଳୁଥିଲା।

୧୪ରେ ମୋଦୀ ସରକାର ଆସିବା ପରେ କିଛି ଗଣମାଧ୍ଯମ ଦେହରେ ନିଆଁ ଲାଗିଗଲା। ରବିଶ ଶବ୍ଦ ବାହାର କଲେ ଗୋଦି ମିଡ଼ିଆ। ଉପା ସରକାରଙ୍କ ବେଳେ ରବିଶ ଟବିଶମାନେ କାହା କୋଳରେ ନା ମୁଣ୍ଡରେ ବସୁଥିଲେ ସେକଥା କିଏ ଜାଣେ ? ଏମାନଙ୍କୁ ଲକ୍ଷ୍ୟ କରି ଅର୍ଣ୍ଣବ କହିଲେ ଲୁଟିଏନ ମିଡ଼ିଆ । ଏବେ ବି ଚାଲିଚି ଆକ୍ଷେପ ଓ ପ୍ରତିଆକ୍ଷେପ।

ଓଡ଼ିଶାରେ ୯୦ଭାଗ ମିଡ଼ିଆ ନବୀନ ଓ ପାଣ୍ଡିଆନଙ୍କ ହରିବୋଲ ପକାଉଥିଲେ। ସରକାରଙ୍କ କିଛି ଦୋଷ ସେମାନଙ୍କ ଆଖିରେ  ପଡ଼ୁନଥିଲା । ମିଡ଼ିଆଙ୍କ କ‌ଥା ଛାଡନ୍ତୁ କଉଁ ହାତ ଓ ପଦ୍ମ ଦଳ ନେତା ୧୯ରୁ ୨୪ ଭିତରେ ପାଣ୍ଡିଆନଙ୍କ ବିରୋଧରେ କହିବାକୁ ହିମତ୍ କରୁଥିଲେ କି ? ଏଭଳି ନେତାଙ୍କୁ କ’ଣ କୁହାଯାଇପାରେ ? ବୋଲକରା ନା ଦଲାଇ ? ସେମାନେ ଜାଣିଥିବେ । ଶଙ୍ଖ କ୍ଷମତାରୁ ଯିବା ପରେ ସୁଲତା ମାଡମ କହିଲେ ବିସ୍ଫୁଟ ମିଡ଼ିଆ। ଯଉଁମାନଙ୍କୁ ଗୋପାଳପୁର ନେଇ ପାଣ୍ଡିଆନ ବାବୁ ଚିଙ୍ଗୁଡି, ଚିକେନ ଖୁଆଉଥିଲେ ସେମାନେ ନିଶ୍ଚିତ ଭାବରେ ବିରିୟାନି ମିଡିଆ ଥିବେ । ଏବେ ତ ବାଧୁଥିବ ସରକାର ବଦଳିଯିବା ଯୋଗୁ।

କିନ୍ତୁ ଭକ୍ତ ସମସ୍ତଙ୍କୁ ଦଲାଲ ବୋଲି ଭାବୁଚନ୍ତି । ତାଙ୍କ ଦଳର କଇଁ ନେତା ନବୀନ ଓ ପାଣ୍ଡିଆନଙ୍କୁ ବିରୋଧ କରିଥିଲା ହିସାବ ଦିଅନ୍ତୁ ତ। ସୋନିଆ କେବେ ନବୀନଙ୍କ ବିରୋଧରେ କହିଚନ୍ତି ? ସେମାନେ କ’ଣ ହେଇପାରନ୍ତି ? ଦଲାଇ କହିଲେ ଖରାପ ଲାଗିପାରେ ଭକ୍ତ ଦାଦାଙ୍କୁ । ଥରେ ନିଜ ଅଗଣା ଦେଖନ୍ତୁ । କଉଁ କଥାରେ ପାଣ୍ଡିଆନଙ୍କୁ ଚ୍ୟାଲେଞ୍ଜ କରିଥିଲେ ହାତ ନେତାମାନେ ? ଯଦି ମିଡ଼ିଆ ବଲାଇ, ତେବେ ସେମାନଙ୍କୁ ଆଇ ଡକାହକା କରନ୍ତୁ ନାହିଁ ଭକ୍ତ । କର୍ପୋରେଟ ହାଉସ ବିରୋଧରେ ମୁହଁ ଖୋଲି ତାଙ୍କ ଦଳର ନେତାମାନେ କେବେ କିଛି କ‌ହିବା ଭକ୍ତ ଦେଖୁଚନ୍ତି କି ? ଉତ୍ତର ପାଇଯିବେ ଯେ, ନେତାମାନଙ୍କଠାରୁ ଦଲାଇ ଏ ବ୍ରହ୍ମାଣ୍ଡରେ କେହି ଅଛନ୍ତି କି ?

Leave a Reply

Your email address will not be published. Required fields are marked *