ନଭେମ୍ବର ୧୧ତାରିଖରେ ମୁଖ୍ୟ ସଚିବ ମନୋଜ ଆହୁଜାବାବୁ ଏକ ସର୍କୁଲାର ଜାରି କରିଥିଲେ । ସବୁ ବିଭାଗର ସଚିବ ଓ ଅନ୍ୟ ଅଧିକାରୀଙ୍କ ପାଖକୁ ଏହି ଚିଠି ଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ବଦଳି ଏବଂ ପୋଷ୍ଟି ପାଇଁ ଯେଉଁ ଚାପ ପକାଯାଇଚି ତାହା ଦଣ୍ଡନୀୟ । ଏହା କରାଯାଇପାରିବ ନାହିଁ । କଥାଟା ଅଜବ ଲାଗିଲା । ଅର୍ଥାତ ଚାପ ପଡୁଚି ବଦଳି ଓ ପୋଷ୍ଟି ପାଇଁ। ନୂଆ ସରକାର ବ୍ୟତିବ୍ୟସ୍ତ ହେଇପଡିଲେଣି। ସଚିବଙ୍କ ଉପରେ ଚାପ ପଡୁଛି । ତେବେ ଚାପ ପକଉଚି କିଏ ? ଏଇଟି ଅଛି ଅସଲ ମଞ୍ଜି। ଆମ ପାଖରେ ଯଉଁ ଖବର ସେ ଅନୁସାରେ ମନ୍ତ୍ରୀମାନେ ଚାହୁଁ ଚନ୍ତି ଯଉଁଠି ‘ସମଝୋତା’ ସେସବୁ କ୍ଷେତ୍ରରେ ତାଙ୍କ ଇଚ୍ଛା ଅନୁସାରେ ପୋଷ୍ଟିଂ ଓ ବଦଳି ହଉ । ଏମିତି ବି ଖବର ମିଳିଲାଣି ଯେ, କିଛି ମନ୍ତ୍ରୀ ତ ପୋଣ୍ଟିଂ ପାଇଁ ଭଲ ଦାନ ପାଇଚନ୍ତି । ତେଣୁ ଦାତାଙ୍କୁ ସେମାନଙ୍କ ଇଚ୍ଛା ଅନୁସାରେ ପୋଷ୍ଟିଂ ତ ଦବାକୁ ପଡିବ ! ଏଣୁ ସଚିବଙ୍କ ଉପରେ ଚାପ ପଡ଼ୁଚି । ସଚିବ ବି ଖପ୍ପା ହେଇଗଲେଣି। ସବୁ ଧୁଆ ଓ ଅଧୁଆମୂଳା ମନ୍ତ୍ରୀଙ୍କ ଆଖିରେ ତୁଳସୀ କେମିତି ପାଲଟୁଛନ୍ତି ? ପଦ୍ମ ବିଧାୟକମାନେ ମନ୍ତ୍ରୀଙ୍କ ଉପରେ ଚାପ ପକାଉଚନ୍ତି । ସେମାନଙ୍କ ମନମୁତାବକ ଦାତା ଅଫିସରମାନଙ୍କୁ ଠିକଣା ଜାଗାରେ ପୋଷ୍ଟି ହବା ଦରକାର। ବିଧାୟକଙ୍କ ଉପରେ କର୍ମୀ ଓ ନେତାଙ୍କ ଚାପ ବି ପଡ଼ୁଚି । ଏମିତି ଅବସ୍ଥା ଯେ, କିଛି ସଚିବ ତ୍ରାହି ତ୍ରାହି ଡାକ ଛାଡିଲେଣି । ପାଣ୍ଡିଆନଙ୍କ ଶାସନରେ ଏମିତି ନଥିଲା। ବିଧାୟକ ତ ବିଧାୟକ ମନ୍ତ୍ରୀମାନେ ମୁତଫରକା ହେଇଯାଇଥିଲେ। ସେମାନଙ୍କୁ ସଚିବମାନେ ବାସି ତୋରାଣୀରେ ବି ପଚାରୁନଥିଲେ । ସେମାନେ ନିଜ ଇଚ୍ଛାରେ କାହାକୁ ବଦଳି କିମ୍ବା ପୋଷ୍ଟି କରି ପାରୁ ନଥିଲେ । ଯାହାହଇଥ୍ ଲା ସିଏମଓଙ୍କ ନିର୍ଦ୍ଦେଶରେ । ସିଏମଓ ବୋଇଲେ ଖୋଦ ପାଣ୍ଡିଆନ । କିନ୍ତୁ ସରକାର ବଦଳିଯିବା ପରେ ଏବେ ସମସ୍ତେ ନିଜ ହାତରେ ଚଉଦପା’। ମଉକା ମିଳିଚି ଯଦି ବଦଳି ଓ ପୋଷ୍ଟିଂରୁ କାହିଁକି କମେଇବେନି ଯେ ? Post navigation ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟଣା: ଅଗ୍ନି ନିରାପତ୍ତା ପ୍ରୋଟୋକଲ ପାଇଁ ସବୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିର୍ଦ୍ଦେଶ ଜମି ସମସ୍ୟାରୁ ରାଜ୍ୟରେ ରେଳ ଓ ଜାତୀୟ ରାଜପଥ ପ୍ରକଳ୍ପ ଅଟକି ରହିଛି