ଆଜି ଗୃହରେ ପୋଲାଭରମ ଝଡ଼ ସୃଷ୍ଟି ହୋଇଛି । ପୋଲଭରମ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ସେ କହିଛନ୍ତି ପୋଲାଭରମ ପ୍ରକଳ୍ପକୁ ନେଇ ସରକାରଙ୍କ ନୀରବ ଆଶ୍ଚର୍ଯ୍ୟ ଜନକ। ଦୀର୍ଘ ବର୍ଷ ଧରି ଓଡ଼ିଶାର ଦାବି ପ୍ରତି ଅବହେଳା ପ୍ରଦର୍ଶନ କରାଯାଉଛି । ବିଜେପି ସରକାର ଓଡ଼ିଶାରେ ଆସିବା ପରେ ଲାଗୁଥିଲା ଏ ସମସ୍ୟାର ସମାଧାନ ହେବ କିନ୍ତୁ ଓଡିଶାର ଏହି ନ୍ୟାୟସଙ୍ଗତ ଦାବି ପ୍ରତି କେନ୍ଦ୍ର ସରକାର ବି ଚୁପ୍ ରହୁଛନ୍ତି । ଓଲଟା କଟା ଘା’ ଚୂନ ଲଗାଇବା ଭଳି କାମ କରୁଛନ୍ତି । ବିଜେପି ସରକାରର ଓଡ଼ିଆ ଅସ୍ମିତା କୁଆଡେ ଗଲା ?

ଆଜି ବିଧାନସଭାରେ ଏ ନେଇ ଆଲୋଚନା କରିବାକୁ ମନା କରିଦିଆଗଲା । ଯାହା ଅତ୍ୟନ୍ତ ଦୁଃଖ ଦାୟକ । ମୁଲତବି ପ୍ରସ୍ତାବ ଗ୍ରହଣ ନ କରି କହିଲେ ମାମଲା ବିଚରାଧୀନ ଅଛି ।

Leave a Reply

Your email address will not be published. Required fields are marked *