ଝାରସୁଗୁଡ଼ାରେ ପଶ୍ଚିମବଙ୍ଗ ଏସଟିଏଫର ତନାଘନା । ମୁର୍ଶିଦାବାଦରେ ଦଙ୍ଗା ଘଟଣାରେ ଛାନଭିନ୍ କରୁଛି ୫ ଜଣିଆ ଏସଟିଏଫ । ପଶ୍ଚିମବଙ୍ଗ ହିଂସା ଘଟଣା ଘଟାଇଥିବା ହିଂସାକାରୀ ଝାରସୁଗୁଡ଼ାରେ ଲୁଚିଥିବା ସନ୍ଦେହରେ ରବିବାର ବିଳମ୍ୱିତ ରାତିରେ ଏସଟିଏଫର ଟିମ୍ ବନହରପାଲି ଥାନା ବନ୍ଧବାହାଲରେ ପହଞ୍ଚିବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଝାରସୁଗୁଡ଼ା ବନହରପାଲି ଥାନା ଅଞ୍ଚଳରୁ ୨ ଅଭିଯୁକ୍ତ ବାନି ଇସ୍ରାଏଲ, ସେଫାଉଲ୍ ହକକୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସେମାନଙ୍କ ପାଖରୁ ପିସ୍ତଲ, ଗୁଳି, ଖୋକା ଜବତ କରାଯାଇଛି । ବନହରପାଲି ପୋଲିସ ସହାୟତାରେ ଗିରଫ କଲା ପଶ୍ଚିମବଙ୍ଗ STF । ଏ ନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ । ଏହା ସହ ଦଙ୍ଗାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୬ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ସୂଚନା ଯୋଗ୍ୟ; ୱାକଫ୍ ଆଇନ ନେଇ ଥମୁନି ବିବାଦ। ମୁର୍ଶିଦାବାଦ ଜିଲ୍ଲାରେ ୱାକଫ୍ (ସଂଶୋଧନ) ଆଇନ ଉପରେ ହିଂସା ଦିନକୁ ଦିନ ଉଗ୍ର ରୂପ ଦେଖିବାକୁ ମିଳିଥିଲା ।ବିକ୍ଷୋଭାକରୀମାନେ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ। ଏମିତିକି ଶୋଭାଯାତ୍ରା ସମୟରେ ବିକ୍ଷୋଭକାରୀମାନେ ସୁରକ୍ଷା କର୍ମୀଙ୍କ ଉପରେ ପଥର ମାଡ଼ କରିଥିଲେ । ପୋଲିସ ଭ୍ୟାନ ଓ ଯାତ୍ରୀବାହୀ ବସ୍ ଜାଳିବି ଦେଇଥିଲେ। ଏହି ହିଂସାକାଣ୍ଡରେ ପ୍ରାୟ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ହିଂସା ସହିତ ଜଡିତ ଗିରଫଙ୍କ ସଂଖ୍ୟା ୧୫୦କୁ ବୃଦ୍ଧି ପାଇଛି । Post navigation କୋରାପୁଟ ଜିଲ୍ଲାକୁ ମିଳିଲା ପିଏମ ଏକ୍ସିଲେନସ୍ ଆୱାର୍ଡ