ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ୧୪୪ ଜଣିଆ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପୁଣି ପଶ୍ଚିମବଙ୍ଗ ନିର୍ବାଚନରେ ମମତାଙ୍କୁ ଟକ୍କର ଦେବେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ । ଶୁଭେନ୍ଦୁ ନନ୍ଦୀଗ୍ରାମ ଏବଂ ଭବାନୀପୁର ଆସନରୁ ଲଢ଼ିବାକୁ ଯାଉଛନ୍ତି । ୨୦୨୧ ନିର୍ବାଚନରେ ଶୁଭେନ୍ଦୁ ନନ୍ଦୀଗ୍ରାମରୁ ଲଢ଼ି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇଥିଲେ । ମମତା ନିଜେ ନନ୍ଦୀଗ୍ରାମରୁ ଲଢ଼ିବେ ବୋଲି ଘୋଷଣା କରିଥିଲେ । ଏହା ପରେ ସେ ପୁଣି ଥରେ ଟିଏମସି ବିଧାୟକ ସୋବନଦେବ ଚଟ୍ଟୋପାଧ୍ୟାୟଙ୍କ ଆସନରୁ ଉପନିର୍ବାଚନ ନିର୍ବାଚିତ ହୋଇଥିଲେ । ତେବେ ଶୁଭେନ୍ଦଙ୍କୁ ମମତାଙ୍କ ବିପକ୍ଷରେ ପ୍ରାର୍ଥୀ କରିବା ବିଜେପିର ଆକ୍ରମଣାତ୍ମକ ରାଜନୀତି ବୋଲି କୁହାଯାଉଛି । ସେହିପରି ପୂର୍ବତନ ରାଜ୍ୟ ସଭାପତି ଦିଲୀପ ଘୋଷଙ୍କୁ ଦଳ ଖଡ଼ଗପୁର ସଦର ଆସନରୁ ପ୍ରାର୍ଥୀ କରିଛି । ଅଗ୍ନିମିତ୍ରା ପଲ୍ ଆସନସୋଲ ଦକ୍ଷିଣ ଆସନରୁ ମଇଦାନକୁ ଓହ୍ଲାଇବେ । ପୂର୍ବତନ ରାଜ୍ୟସଭା ସାଂସଦ ସ୍ୱପନ ଦାସଗୁପ୍ତା ରାଶୱେହାରୀରୁ ନିର୍ବାଚନ ଲଢ଼ିବେ । ଅଲ୍ଲୀପୁରରୁ ପାରିତୋଷ ଦାସ, ସିଲିଗୁଡ଼ୀରୁ ଡାକ୍ତର ଶଙ୍କର ଘୋଷ ପ୍ରାର୍ଥୀ ହୋଇଛନ୍ତି । ୨୦୧୬ରେ ମାତ୍ର ୩ଟି ଆସନ ଜିତିଥିବା ବିଜେପି ୨୦୨୧ରେ ୭୭ଟି ଆସନ ଜିତି ବିରୋଧୀ ଦଳ ଆସନରେ ବସିଥିଲା । ତେଣୁ ଏଥର ଦଳ ଶାସକ ଦଳ ଆସନରେ ବସିବାକୁ ଜୋରଦାର ରଣନୀତି ଜାରି ରଖିଛି । Post navigation SCB Fire Tragedy: SCB ଅଗ୍ନିକାଣ୍ଡ ଘଟଣାରେ ୬ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ ଗଠନ କଲେ ମୁଖ୍ୟମନ୍ତ୍ରୀ Rajya Sabha Election: ରାଜ୍ୟସଭା ନିର୍ବାଚନ; ବାଜିମାତ କଲେ ମନମୋହନ ସାମଲ, ସୁଜିତ କୁମାର ଓ ଦିଲ୍ଲୀପ ରାୟ