କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ଦଣ୍ଡ ଦେବା ଦାବିରେ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଆଣିଛନ୍ତି ‘ଅପରାଜିତା ବିଲ୍’ । ଦୁଷ୍କର୍ମ ଏବଂ ଯୌନ ଅପରାଧ ବିରୋଧରେ ଆଇନକୁ କଠୋର କରିବାକୁ ଲକ୍ଷ୍ୟ ରଖି ପଶ୍ଚିମବଙ୍ଗ ବିଧାନସଭାରେ ସର୍ବସମ୍ମତି କ୍ରମେ ‘ଅପରାଜିତା’ ବିଲ୍ ପାରିତ ହୋଇଛି।  ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ରୋକିବାକୁ ନୂଆ ପଦକ୍ଷେପ ନେଇଛନ୍ତି ପଶ୍ଚିମବଙ୍ଗ ସରକାର ।

ଅପରାଜିତା ବିଲରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ରହିଛି ।ଏଥିରେ ଚାର୍ଜସିଟ୍ ଦାଖଲ ହେବାର ୨୧ ଦିନ ମଧ୍ୟରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରାଯିବାକୁ ନିୟମ କରାଯାଇଛି। ଏହା ସହ ପୀଡ଼ିତାଙ୍କ ନାଁ ସାର୍ବଜନୀନ କଲେ ବି ମିଳିବ ଦଣ୍ଡ । ପ୍ରତି ଜିଲ୍ଲାରେ ଗଠନ ହେବ ଅପରାଜିତା ଟାସ୍କ ଫୋର୍ସ । ଏହାର ନାମ ‘ଅପରାଜିତା ଓମେନ୍ ଆଣ୍ଡ ଚାଇଲ୍ଡ ବିଲ-୨୦୨୪’ ରଖାଯାଇଛି । ଏହି ବିଲକୁ ପାସ ହେବାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ବିଲକୁ ଐତିହାସିକ ବୋଲି କହିଛନ୍ତି । ଗୃହରେ ବିଲ୍‌କୁ ବିଜେପି ବିଧାୟକଙ୍କ ସମର୍ଥନ କରିଥିଲେ । ଏହି ବିଲ୍ କେନ୍ଦ୍ରୀୟ ଆଇନରେ ସଂଶୋଧନ କରି ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ପାଲଟିଛି।

ଅନ୍ୟପଟେ ପୂର୍ବରୁ ଦୁଇଟି ରାଜ୍ୟ ଏଭଳି ବିଲ୍ ଆଗତ କରିଥିଲେ। ଆନ୍ଧ୍ରପ୍ରଦେଶ ସରକାର ୨୦୧୯ରେ ‘ଦିଶା ବିଲ୍’ ଆଣିଥିଲେ ଓ ମହାରାଷ୍ଟ୍ର ସରକାର ୨୦୨୦ରେ ‘ଶକ୍ତି ବିଲ୍’ ଆଣିଥିଲେ କିନ୍ତୁ ଏହି ବିଲକୁ ଅନୁମୋଦନ ମିଳିନାହିଁ

Leave a Reply

Your email address will not be published. Required fields are marked *