ବିଜେପିରେ ଯୋଗଦାନ ଖବର ପ୍ରସାରଣ ପରେ ରାଜ୍ୟସଭାର ୭ ବିଜେଡି ସାଂସଦଙ୍କ ସାମ୍ୱାଦିକ ସମ୍ମିଳନୀ । ଦିଲ୍ଲୀରେ ସାମ୍ୱାଦିକ ସମ୍ମିଳନୀ କରି ବର୍ଷିଲେ ସସ୍ମିତ ପାତ୍ର । ସେ କହିଚନ୍ତି ଆମେ ୭ ସାଂସଦ ଶେଷ ନିଃଶ୍ୱାସ ଯାଏ ବିଜେଡି ସହ ଅଛୁ । ଓଡ଼ିଶାବାସୀ ଜାଣନ୍ତି ଆମେ କେବେ ବିଜେଡି ଛାଡ଼ିବୁନି ।କିଛି ଗଣମାଧ୍ୟମ ମିଛ ଖବର ପ୍ରସାରଣ କରୁଛନ୍ତି । ଏଭଳି ଖବର ପ୍ରସାରଣରୁ ନିବୃତ୍ତ ନହେଲେ ଆକ୍ସନ ନେବୁ । କିଛି ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ଚାହୁଁନାହାନ୍ତି ଦିଲ୍ଲୀରେ ରାଜ୍ଯର ସ୍ବର ଉଠୁ । ଅନେକ ପ୍ରସଙ୍ଗ ରାଜ୍ଯସଭାରେ ଉଠାଯାଉଛି । ଯାହା ରାଜ୍ଯ ବିଜେପି ସରକାରକୁ ବାଧୁଛି । ତେଣୁ ଏକପାଖିଆ ଭାବେ ଖବର ପ୍ରସାରଣ କରାଯାଉଛି ।

ଏହା ସହ ସାଂସଦ ମାନସ ମଙ୍ଗରାଜଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ବିଭ୍ରାନ୍ତିକର ଖବର ପ୍ରସାରଣ କରୁଛନ୍ତି କିଛି ଗଣମାଧ୍ୟମ । ରାଜ୍ୟସଭା ଅଧ୍ୟକ୍ଷ ଭାବେ ଉପ-ରାଷ୍ଟ୍ରପତିଙ୍କୁ ସବୁ ଦଳର ସାଂସଦ ସାକ୍ଷାତ କରନ୍ତି । ଓଡ଼ିଶାର ବିକାଶ ବାବଦରେ ଆଲୋଚନା ପାଇଁ ଆମେ ଉପ-ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲୁ । ତାକୁ ନେଇ କେବଳ ଟିଆରପି ପାଇଁ ଯେଉଁଭଳି ବିଭ୍ରାନ୍ତିକର ଖବର ପ୍ରସାରଣ କରାଯାଇଛି ତାହା ନିନ୍ଦନୀୟ । ସାମ୍ବାଦିକ ମାନେ ନିଜର ଲକ୍ଷ୍ମଣରେଖା ବାବଦରେ ଅବଗତ ରହିବା ଆବଶ୍ୟକ । ପୂର୍ବରୁ ବିଭ୍ରାନ୍ତିକର ଖବର ପ୍ରସାରତି କରି ମାନହାନି କରାଯାଇଛି । ତେଣୁ ଏହି ଭଳି ବିଭ୍ରାନ୍ତିକର ଖବର ପ୍ରସାରଣରୁ ନିବୃତ ରହିବା ପାଇଁ ଗଣମାଧ୍ୟମକୁ ଅନୁରୋଧ କରିବା ସହିତ କହିଛନ୍ତି ଯେ, କେବଳ ଟିଆରପି ପାଇଁ ଏଭଳି କରିବା ଦୁଃଖଦାୟକ । ସାଂସଦ ଭାବରେ ରାଜ୍ୟସଭା ଅଧ୍ୟକ୍ଷଙ୍କୁ ସାକ୍ଷାତ କରିବାର ଅଧିକାର ଆମର ମଧ୍ୟ ରହିଛି ।

ସେହିଭଳି ସାଂସଦ ସୁଲତା ଦେଓ ମଧ୍ୟ ମିଥ୍ୟା ଖବର ପ୍ରସାରଣକୁ ନିନ୍ଦା କରିବା ସହିତ କହିଛନ୍ତି ଦଳର ସମସ୍ତ ସାଂସଦ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି ଓ ରହିବେ ବୋଲି କହିଛନ୍ତି ।  ସାଂସଦ ଦେବାଶିଷ ସାମନ୍ତରାୟ ମଧ୍ୟ କଡ଼ା ନିନ୍ଦା କରିବା ସହିତ କହିଛନ୍ତି ଆମେ ତୃଣମୂଳସ୍ତରରୁ ରାଜନୀତି କରିଆସିଛୁ । ଆମେ ବିଜେଡି ଛାଡି କଦାପି ଯିବୁ ନାହିଁ ।

ସୂଚନା ଯୋଗ୍ୟ; କିଛିଦିନ ତଳେ ବିଜେଡି ରାଜ୍ୟସଭା ସାଂସଦଙ୍କର ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତକାରର ଫଟୋ ସୋସିଆଲ ମିଡିଆକୁ ଆସିବା ପରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ କିଛି ବିଜେଡି ସାଂସଦ ବିଜେପିରେ ଯୋଗ ଦେଉଛନ୍ତି ବୋଲି ଖବର ପ୍ରସାରଣ କରିଥିଲା । ଯାହାକୁ ନେଇ ଆଜି ନୂଆଦିଲ୍ଲୀର ବର୍ଷିଛନ୍ତି ବିଜେଡି ସାଂସଦ ।

Leave a Reply

Your email address will not be published. Required fields are marked *