କେରଳର ୱାଏନାଡ଼ରେ ଲଗାଣ ବର୍ଷା ପରେ ଭୟଙ୍କର ଭୂସ୍ଖଳନ ହୋଇଛି। ୧୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ଲୋକ ମାଟି ତଳେ ଫଶିରହିଥିବା ସୂଚନା ମିଳିଛି। ପ୍ରଥମେ ରାତି ୨ଟାରେ ଓ ପରେ ସକାଳ ପ୍ରାୟ ୪ଟାରେ ଆଉ ଏକ ଭୂସ୍ଖଳନ ହୋଇଥିଲା ।

ମାଟି ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ଲାଗି ଉଦ୍ୟମ ଜାରି ରହିଛି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଥିବା ଜଣାପଡିଛି। ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ୍ ଟିମ୍ ଏବଂ ବାୟୁସେନାର ଦୁଇଟି ହେଲିକପ୍ଟର ନିୟୋଜିତ ଅଛି। ଜରୁରୀକାଳୀନ ସହାୟତା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଭୂସ୍ଖଳନ ଯୋଗୁଁ ୧୬ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ୱେୟନାଡ଼ର ମେପ୍ପାଡିସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅନ୍ୟପଟେ ଏହି ଅଘଟଣକୁ ନେଇ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କହିଛନ୍ତି ଉଦ୍ଧାର କାର୍ଯ୍ୟରେ ରାଜ୍ୟର ସମସ୍ତ ସରକାରୀ ଏଜେନ୍ସି ନିୟୋଜିତ ଅଛନ୍ତି । ପ୍ରସମସ୍ତ ପ୍ରକାର ସାହାର୍ଯ୍ୟ ସହଯୋଗ ଯୋଗାଇ ଦିଆଯିବ।

Leave a Reply

Your email address will not be published. Required fields are marked *