କଟକ ଶିଶୁ ଭବନରେ ନବନିର୍ମିତ ଶିଶୁ ସ୍ୱାସ୍ଥ୍ୟସେବା କେନ୍ଦ୍ରର କୋଠାର କିଛି ଅଂଶ ଆଜି ଅପରାହ୍ନରେ ଭୁଶୁଡ଼ି ପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇଛି। ଲଗାଣ ବର୍ଷା ସମୟରେ ଭୁଶୁଡ଼ି ପଡ଼ିଲା ସାଇଡ଼ କାନ୍ଥ । କିଛି ଦିନ ପୂର୍ବେ ଉଦଘାଟନ ହୋଇଥିଲା ଶିଶୁ ଭବନର ଏହି ନୂତନ ବିଲ୍ଡିଂ ।

ଏହି ଦୁର୍ଘଟଣାରୁ କିଛି ପିଲା ଏବଂ ସେମାନଙ୍କ ପରିବାର ଅଳ୍ପକେ ରକ୍ଷା ପାଇଯାଇଛନ୍ତି। କିନ୍ତୁ କାନ୍ଥ ପଡ଼ି ବିଲ୍ଡିଂ ତଳେ ଥିବା ୧୦ ଟି ଦୁଇ ଚକିଆ ଗାଡ଼ି ଭାଙ୍ଗି ଯାଇଛି ।

ସୂଚନା ଯୋଗ୍ୟ; ରାଜ୍ୟରେ ଲାଗିରହିଛି ବର୍ଷା। ଆଜି କଟକରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଭୁଶୁଡ଼ି ପଡ଼ିଲା ନୂତନ ବିଲ୍ଡିଂର କାନ୍ଥ। ଏହି ସମୟରେ ବିଲ୍ଡିଂ ତଳେ ଥିବା ୧୦ ଟି ଦୁଇ ଚକିଆ ଗାଡ଼ି ଭାଙ୍ଗି ଯାଇଛି । ତେବେ କିପରି ଏବେ ତିଆରି ହୋଇଥିବା ବିଲ୍ଡିଂ ଭାଙ୍ଗିଲା ତାହାକୁ ନେଇ ଉତ୍ତେଚନା ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *