ଦେଶର ଅଗ୍ରଣୀ ସୋଲାର ଏନର୍ଜି କମ୍ପାନୀ ୱାରୀ ଏନର୍ଜି ଲିମିଟେଡ୍, ଢେଙ୍କାନାଳରେ ପ୍ରସ୍ତାବିତ ସମନ୍ୱିତ ସୌରଶକ୍ତି କାରଖାନା କରିବା ଯୋଜନାରୁ ଓହରିଯାଇଛି । ପ୍ରକଳ୍ପ କାର୍ଯ୍ୟାନ୍ୱୟନରେ ବିଳମ୍ବ ଯୋଗୁଁ ୱାରୀ ଏନର୍ଜି ଏହି ପଦକ୍ଷପ ନେଇଥିବା ସ୍ପଷ୍ଟ କରିଛି ।ଅନ୍ୟ ସ୍ଥାନରେ ପ୍ରକଳ୍ପ କରିବା ପାଇଁ ଅଡିଟ କମିଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଢେଙ୍କାନାଳ ସଦର ବ୍ଲକର ନେଉଳପୋଇ ଠାରେ ୫୯୫ ଏକର ଜାଗାରେ ହେବାକୁ ଥିବା ୱାରି ସୌରଶକ୍ତି କାରଖାନାରେ ୱାରୀ ଏନର୍ଜି ୨୫ ହଜାର କୋଟି ଟଙ୍କା ନିବେଶ କରିଥାନ୍ତା । ୬ ଗିଗା ୱାଟ ସୌର ଶକ୍ତି ଉତ୍ପାଦନ କରିବା ସହିତ ସୋଲାର ପ୍ୟାନେଲ, ମଡ୍ୟୁଲ ଆଦି ସୋଲାର ସାମଗ୍ରୀ ପ୍ରସ୍ତୁତ କରିଥାନ୍ତା ଏହି କାରଖାନା । ପାଖାପାଖି ୧୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥାନ୍ତା । Post navigation ଆଜି ତୃତୀୟ ଦିନରେ ନବ ଦାସଙ୍କ ଘରେ ଆଇଟି ଚଢ଼ଉ ଜାରି ଆସନ୍ତା ୨୫ ରୁ ଓଡ଼ିଶା ପର୍ଯ୍ୟଟନ କନ୍କ୍ଲେଭ୍-୨୦୨୫