ବର୍ଷେ କି ଦୁଇବର୍ଷ ନୁହେଁ ୮ ବର୍ଷ ଧରି ଦୂର୍ଗନ୍ଧମୟ ପରିବେଶରେ କଲବଲ ହେଉଛନ୍ତି ଭିଏସ୍ଏସ୍ ନଗର ହାଉସିଂ ବୋର୍ଡ କଲୋନୀ ବାସିନ୍ଦା । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସମସ୍ୟା ସମାଧାନ ପାଇଁ ନିର୍ଦେଶ ଦେଇଥିଲେ ମଧ୍ୟ ଉତ୍କଳ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରିଚାଲିଛନ୍ତି । ପ୍ରଶାସନିକ ବ୍ୟବସ୍ଥା ମଧ୍ୟ ଏହି ବିଷୟକୁ ଗୁରୁତର ସହ ନେଉନଥିବା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି ।

ବାଣୀବିହାର ଷ୍ଟାଫ୍ କ୍ୱାର୍ଟର୍ସ ଛାତର ପାଣି ଟାଙ୍କିରୁ ଅନବରତ ପାଣି ବୋହି ଚାଲିଥିଲା ବେଳେ ଏହା ହାଉସିଂ ବୋର୍ଡ କଲୋନୀରେ ରହୁଥିବା ଲୋକଙ୍କୁ ଅସୁବିଧାରେ ପକାଇଥଲା । ୮ ବର୍ଷ ତଳେ ଅଷ୍ଟମ ଶ୍ରେଣୀର ଛାତ୍ର ଅନିଶ ପାଣି ରାଜ୍ୟ ସରକାର, ବିଏମ୍‌ସି କର୍ତ୍ତୃପକ୍ଷ, ଓ୍ୱାକୋ ଏପରିକି ପରିକି ଉତ୍କଳ ବିଶ୍ବବିଦ୍ୟାଳୟର ଜର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏଥିରୁ ବିଫଳ ହେବା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ପତ୍ର ଲେଖିଥିଲେ । ତୁରନ୍ତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଆସିଥିଲା । କେନ୍ଦ୍ରୀୟ ସରେଳ ବୋର୍ଡ ତୁରନ୍ତ ଘଟଣାସ୍ଥଳକୁ ଆସିଥିଲେ, ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥା ହୋଇଥିଲେ । ୭ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ ବୋଲି ଦେଇଥିଲେ ପ୍ରତିଶ୍ରୁତି I ଘଟଣାକୁ ୮ ବର୍ଷ ବିତିଗଲାଣି ହେଲେ ଆଜି ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ବାହାରିପାରି ନାହିଁ । ପୂର୍ବରୁ ଷ୍ଟାଫ୍ କ୍ୱାର୍ଟର୍ସରୁ ପାଣି ବୋହୁଥିଲା ଏବେ କ୍ୱାର୍ଟର୍ସର ମଇଳା ପାଇପ୍ ଫାଟି ବୋହୁଛି । ପାଣି ସହ ମଇଳା ପାଣି ଓ ଆବର୍ଜନା ହାଉସିଂ ବୋର୍ଡ କଲୋନୀରେ ରହୁଥିବା ବାସିନ୍ଦାଙ୍କୁ ଅତିଷ୍ଠ କଲାଣି । ଅତ୍ୟନ୍ତ ଦୁର୍ଗନ୍ଧମୟ ପରିବେଶରେ ସେମାନେ ରହୁଛନ୍ତି । ବର୍ଷାଦିନେ ଏହି ସମସ୍ୟା ଆହୁରି ସାଂଘାତିକ ହେଉଛି।

ଏ ସମ୍ପର୍କରେ ସ୍ଥାନୀୟ ବାସି ବିଏମସି କମିଶନରଙ୍କୁ ଅବଗତ କରାଇଛନ୍ତି । ପ୍ରଥମେ ସେ ଏହା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ, ବିଏମ୍‌ସିର ନୁହେଁ ବୋଲି କହିଥିଲେ । ସ୍ଥାନୀୟ ବାସିନ୍ଦାଙ୍କ ଅନୁରୋଧକ୍ରମେ ବିଏମ୍‌ସି ଏ ସମ୍ପର୍କରେ ଦୃଷ୍ଟିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏବେ ଅପେକ୍ଷା କେବେ ଦୂର ହେଉଛି ଭିଏସ୍ଏସ୍ ନଗର ହାଉସିଂ ବୋର୍ଡ କଲୋନୀ ବାସିନ୍ଦାଙ୍କ ଦୁଃଖ ?

Leave a Reply

Your email address will not be published. Required fields are marked *