ପ୍ୟାରିସ ଅଲିମ୍ପିକ୍ସରେ ଭାରତର କୁସ୍ତିଯୋଦ୍ଧା ବିନେଶ ଫୋଗଟଙ୍କୁ ଧାର୍ଯ୍ୟ ସୀମାଠାରୁ ମାତ୍ର ୧୦୦ ଗ୍ରାମ ଅଧିକ ଓଜନ ହେଇଥିବାରୁ ତାଙ୍କୁ ଆଜି ଫାଇନାଲ ମ୍ୟାଚ ପୂର୍ବରୁ ଅଯୋଗ୍ୟ ଘୋଷଣା କରାଯାଇଛି। ଏହାପରେ ସେ ମୁଣ୍ଡ ବୁଲାଇବା ସହ ଚେତାଶୂନ୍ୟ ହୋଇପଡ଼ିବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଡିହାଇଡ୍ରେସନ୍ (ଶରୀରରୁ ଜଳୀୟ ଅଂଶ କମିଯିବା) କାରଣରୁ ଅଲିମ୍ପିଆନ୍ ହତାଶ ହୋଇପଡିଥିବା ସୂତ୍ରରୁ ପ୍ରକାଶ। ଫାଇନାଲ ମ୍ୟାଚ ଖେଳିବ ପୂର୍ବରୁ ସେ ଓଜନ ହ୍ରାସ ପାଇଁ ରାତିସାରା ବ୍ୟାୟାମ କରିବାରୁ ତାଙ୍କ ଦେହ ଅସୁସ୍ଥ ହୋଇଯାଇଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *