ବଡ଼ମ୍ବା : ବଡ଼ମ୍ବା ବିଜେଡି ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କୁ ଆଜି ଲୋକଙ୍କ ଆଗରେ ହଟହଟା ହେବାକୁ ପଡିଛି । ନରସିଂହପୁର ବ୍ଲକ ଅନ୍ତର୍ଗତ ଚମ୍ପେଶ୍ୱର ପଞ୍ଚାୟତର ଚଷା ବାରବାଟୀକୁ ସେ ପ୍ରଚାର ପାଇଁ ଯାଇଥିଲେ। ଏତିକିବେଳେ ପାଣି ସମସ୍ୟାର ସମାଧାନ ପାଇଁ ଗରା, ବାଲଟି, ଡେକ୍ଚି ରାସ୍ତାରେ ରଖି ପ୍ରତିବାଦ କରିଥିଲେ ଗାଁ ଲୋକ । ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ । ଦାବି ପୂରଣ ନହେଲେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଧମକ ଦେଇଥିଲେ । ସୂଚନାଯୋଗ୍ୟ, ଆଜି ଭୋଟ୍ ମାଗିବାକୁ ଯାଇ ହଟହଟା ହେଲେ ବଡ଼ମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ର । ଦୀର୍ଘଦିନ ହେବ ଏହି ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଥିବାରୁ ଚଷା ବାରବାଟୀ ଗାଁ ଲୋକେ ଦେବୀ ମିଶ୍ରଙ୍କୁ ଛାଡି ନଥିଲେ । କିଛି ଉପାୟ ନ ପାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ବେଶ କିଛି ସମୟ ବିରୋଧର ସାମନା କରିଥିଲେ ଦେବୀ ମିଶ୍ର । ପାଣି ନାହିଁ ତ ଭୋଟ୍ ନାହିଁ ବୋଲି ରୋକଠୋକ ଶୁଣାଇଥିଲେ ଚଷା ବାରବାଟୀ ଗାଁ ଲୋକ । Post navigation ବିଜେଡି ପାଇଁ ଶାଢ଼ୀ ବାଣ୍ଟି ବ୍ରହ୍ମଗିରିର ୩ ମହିଳା ନେତ୍ରୀ ପୁରୀ ସଦରରେ ଅଟକ ଏଥର ଓଡ଼ିଶାରେ ବିଜେଡି ସରକାର ଯିବା ଥୟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି