Vijay Deverakonda and Rashmika Mandanna tie the knot in Udaipur
ବଲିଉଡ୍ ତଥା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଯୋଡ଼ି ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରାକୋଣ୍ଡା ଆଜି ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
 
ରାଜସ୍ଥାନର ଉଦୟପୁର ସ୍ଥିତ ଆଇଟିସି ମେମେଣ୍ଟୋସ୍ (ITC Mementos) ହୋଟେଲରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ବିବାହରେ ଉଭୟ ପରିବାରର ରୀତିନୀତିକୁ ସମ୍ମାନ ଦିଆଯାଇଛି । ସେମାନଙ୍କ ବିବାହ ଫଟୋରେ ଦକ୍ଷିଣ ଭାରତୀୟ ସଂସ୍କୃତିର ଝଲକ ସ୍ପଷ୍ଟ ଭାବରେ ଦେଖାଯାଉଛି ।
 
ବିଜୟଙ୍କ ପରିବାରର ପରମ୍ପରା ଅନୁଯାୟୀ ତେଲୁଗୁ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ସେହିପରି ସନ୍ଧ୍ୟାରେ ରଶ୍ମିକାଙ୍କ ପରମ୍ପରା ମୁତାବକ କୋଡାଭା ଶୈଳୀରେ ଏକ ସମାରୋହ ଆୟୋଜିତ ହୋଇଥିଲା ।
 
ଗୀତା ଗୋବିନ୍ଦମ୍, ଡିୟର୍ କମରେଡ୍ ସିନେମାରେ ଏକାଠି ଅଭିନୟ କରିଛନ୍ତି ବିଜୟ ଓ ରଶ୍ମିକା ।

By Nirvay

Leave a Reply

Your email address will not be published. Required fields are marked *