ଭିଜିଲାନ୍ସ ଜାଲରେ କେନ୍ଦୁଝର ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ସତ୍ୟପ୍ରକାଶ ସ୍ବାଇଁ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ କାରାଗାରର ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି। କେନ୍ଦୁଝର ଅଫିସ, ବାସଭବନ, ଭଦ୍ରକସ୍ଥିତ ପୈତୃକ ଘର, ଭୁବନେଶ୍ୱର ଲକ୍ଷ୍ମୀ ସାଗରସ୍ଥିତ ନିଜ ଘର ଓ ଶ୍ୱଶୁର ଘର, ଜାଗମରାସ୍ଥିତ ଘର ସମେତ ୭ଟି ସ୍ଥାନରେ ଚଢଉ କରାଯାଇଛି। ସତ୍ୟପ୍ରକାଶଙ୍କ ଘଣ୍ଟା ସଉକ ଥିବା କୁହାଯାଉଛି। ଚଢ଼ଉବେଳେ ୫ରୁ ଅଧିକ ଦାମୀ ଘଣ୍ଟା, ୪ଟି ପାସପୋର୍ଟ, ଏକାଧିକ ଘରର ଦସ୍ତାବିଜ୍ ଜବତ ହୋଇଛି। ବିଭିନ୍ନ ବ୍ୟାଙ୍କର ପାସ୍ବୁକ୍ ଓ ଏଟିଏମ, ୧୦ରୁ ଅଧିକ ମୋବାଇଲ ମଧ୍ୟ ଜବତ ହୋଇଛି। ଭୁବନେଶ୍ୱରର ଏକ ଟିମ ସହ କେନ୍ଦୁଝର ଭିଜିଲାନ୍ସ ସହାୟତାରେ ଚଢ଼ଉ ଜାରି ରହିଛି। ସତ୍ୟପ୍ରକାଶଙ୍କ ନାଁରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ହୋଇଥିଲା। କୋର୍ଟଙ୍କ ନିର୍ଦ୍ଦେଶ ପରେ ଏହି ଚଢ଼ଉ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ଉରେ ୧୨ ଡିଏସ୍ପି, ୧୧ ଇନ୍ସପେକ୍ଟର, ଏସଆଇି ଓ ଏଏସଆଇ ସମେତ ସାମିଲ ଥିଲେ। Post navigation ସିବିଆଇ ପରେ ସନ୍ଦୀପ ଘୋଷଙ୍କ ଘରେ ଇଡି ଚଢ଼ଉ ବିଧାନସଭାରେ ରେଭେନ୍ସା ତାତି; ବିଜେଡିର ହଟ୍ଟଗୋଳ