୨୦୨୪ରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୧୮୧ ସରକାରୀ ବାବୁ । ଚଳିତ ବର୍ଷ ଚଢାଉ ଓ ମାମଲା ସଂମ୍ପର୍କରେ ତଥ୍ୟ ଦେଇଛି ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ । ତଥ୍ଯ ଅନୁସାରେ ୨୦୨୪ରେ ମୋଟ୍ ୨୦୦ଟି ଫୌଜଦାରୀ ମାମଲା ରୁଜୁ ହୋଇଛି ଯେଉଁଥିରେ ୧୮୧ ସରକାରୀ ଅଧିକାରୀ ଗିରଫ ହୋଇଛନ୍ତି । ୧୮୧ ଜଣଙ୍କ ମଧ୍ୟରୁ ୫୦ ଜଣ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯେଉଁଥିରେ ଅଛନ୍ତି ୬ ଜଣ ମୁଖ୍ୟଯନ୍ତ୍ରୀ, ଜଣେ ଅବକାରୀ ବିଭାଗର ଯୁଗ୍ମ ସଚିବ, ଫିସରୀ ଡିପାର୍ଟମେଣ୍ଟର ଉପ ନିର୍ଦ୍ଦେଶକ, ସିଟି ଜିଏସଟିର ୨ ଜଣ ସହକାରୀ ସଚିବ, ଜଣେ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ୍, ଜଣେ ଉପ ଜିଲ୍ଲାପାଳ, ୨ ତହସିଲଦାର, ୨ ମଣ୍ଡଳ ଉନ୍ନୟନ ଅଧିକାରୀ (ବିଡ଼ିଓ), ୩ ସିଏସଓ, ଜଣେ ସିଏଓ ଏବଂ ଅନ୍ୟ ଅଧିକାରୀ । ସେହିପରି ୧୯ ଜଣ ଯନ୍ତ୍ରୀ, ୨୨ ରାଜସ୍ୱ ଅଧିକାରୀ, ୨୦ ପିଆର୍ ଓ ଡିଡବ୍ଲ୍ୟୁ ଅଧିକାରୀ, ୯ ପୋଲିସ ଅଧିକାରୀ, ୫ ଜଣ ଡାକ୍ତର, ୩ ବନ ବିଭାଗ ଅଧିକାରୀ ଏବଂ ୩ ଜଣ ଆଇସିଡି ଅଧିକାରୀ ପ୍ରମୁଖ ଗିରଫ ହୋଇଛନ୍ତି । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୬୦ ମାମଲା ରୁଜୁ ହୋଇଥିବାବେଳେ ୧୩୧ କୋଟି ଟଙ୍କା ଠାବ କରାଯାଇଛି । ଅନ୍ୟପକ୍ଷରେ ଲାଞ୍ଚ ନେଇ ଧରାପଡ଼ିଛନ୍ତି ୧୧୫ ଜଣ ଅଧିକାରୀ, ଯେଉଁଥିରେ ୯୯ ଜଣ ସରକାରୀ ଅଧିକାରୀ ରହିଛନ୍ତି । ଲାଞ୍ଚ ନେବାରେ ୯୬ଟି ମାମଲା ରୁଜୁ ହୋଇଛି। ଜବତ ହୋଇଛି ୧୩୧ କୋଟିର ଆୟ ବହିର୍ଭୂତ ସମ୍ପତ୍ତି । ୭୯୨ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ ହୋଇଛି । ୨୫ ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । Post navigation ରେମୁଣାରେ ଆଦିବାସୀ ମହିଳାଙ୍କୁ ନିର୍ଯ୍ୟାତନା: ମୁଖ୍ୟ ଅଭିଯୁକ୍ତ ସମେତ ୪ ଗିରଫ ୮ IPS ଅଫିସରଙ୍କୁ ମିଳିଲା ପଦୋନ୍ନତି