ଭିଜିଲାନ୍ସର ହାତରେ ଧରାପଡିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବ୍ରୁଣ୍ଡାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଦୀନେଶ କୁମାର ରାଉତ । ଗୋଲାମୁଣ୍ଡାରୁ ବ୍ରୁଣ୍ଡାବାହାଲକୁ ବୋଲେରୋରେ ୫ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଖାଲିଆକାନି ନିକଟରେ ଓଡିଶା ଭିଜିଲାନ୍ସର ହାତରେ ଧରାପଡ଼ିଛନ୍ତି। ଟଙ୍କା ସମ୍ପର୍କରେ ତାଙ୍କ ପାଖରେ କୌଣସି ସନ୍ତୋଷଜନକ ଉତ୍ତର ମିଳିନମିଳିବାରୁ ଏହି ରାଶି ସନ୍ଦେହ ଜଣକ ଭାବେ ଟଙ୍କା ଓ ବୋଲେରୋ ଗାଡିକୁ ମଧ୍ୟ ଜବତ କରିଛି ଭିଜିଲାନ୍ସ।

ଅନ୍ୟପଟେ ସନ୍ଦେହ କରାଯାଉଛି ଯେ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଟଙ୍କା ତାଙ୍କ ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା କଣ୍ଟ୍ରାକ୍ଟରଙ୍କ ଠାରୁ PC ଭାବରେ ଲାଞ୍ଚ ଆକାରରେ ନେଇଛନ୍ତି ବୁଣ୍ଡାବାହାଲ ଗ୍ରାମପଞ୍ଚାୟତ ସରପଞ୍ଚ ଦୀନେଶ କୁମାର ରାଉତ ।

Leave a Reply

Your email address will not be published. Required fields are marked *