ଛତ୍ରପୁର ବିଇଓ ସୀତାରାମ ପାତ୍ରଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଛନ୍ତି। ଭିଜିଲାନ୍ସ ଟିମ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଥିଲା। ଛତ୍ରପୁର ଅଫିସ୍ ସମେତ ବ୍ରହ୍ମପୁରର ୩ଟି ଓ ପୋଲସରାର ୨ଟି ସ୍ଥାନରେ ରେଡ୍ ହୋଇଛି । ପୋଲସରା ବଜାର ସାହିସ୍ଥିତ ପୈତୃକ ବାସଭବନରେ ଭିଜିଲାସନ୍ସ ପକ୍ଷରୁ ଚଢ଼ଉ କରାଯାଇଛି l ରେଡ୍ ବେଳେ ସୀତାରାମଙ୍କ ୩ଟି ବହୁତଳ କୋଠା ଠାବ ହୋଇଛି। ୩୫.୬୧ ଲକ୍ଷ ବ୍ୟାଙ୍କ ଜମା, ନଗଦ ୬.୫୦ଲକ୍ଷ ଟଙ୍କା ଜବତ କରାଯାଇଛି।ଚଢଉରେ ୫ ଡିଏସପି, ୪ ଇନ୍ସପେକ୍ଟର, ୫ ଏସଆଇ ଓ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Leave a Reply

Your email address will not be published. Required fields are marked *