ଲାଞ୍ଚ ନେବା ଅଧିକାରୀଙ୍କୁ ପଡ଼ିଲା ମହଙ୍ଗା । ଲାଞ୍ଚ ନେଉଥିବା ବେଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟର କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀଙ୍କୁ ମାଡିବସିଲା ଭିଜିଲାନ୍ସ। ବିଲ ପାସ୍ କରିବାପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ ଅଶୋକ ପାଢ଼ୀ । ସୂଚନାଯୋଗ୍ୟ ବ୍ରୁଡିଗୁଡା ଠାରେ ଏକ ବିଶ୍ରାମାଗାର ନିର୍ମାଣ କରାଯାଇଥିଲା। ଏହି କାମର ବିଲ ପାସ କରିବା ପାଇଁ ଫିରିଙ୍ଗିଆ ବ୍ଲକ୍ ଜେଇ ଅଶୋକ ପାଢ଼ୀ ଠିକାଦାରଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଠିକାଦାର ଜଣକ ଏ ବିଷୟରେ ଭିଜିଲାନ୍ସ ପାଖରେ ଅଭିଯୋଗ କରିଥିଲେ। ଏହା ପରେ ଆଜି ସକାଳେ ନିଜ ଅଫିସରେ ଲାଞ୍ଚ ନେବା ଅବସ୍ଥାରେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଭିଜିଲାନ୍ସ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ତାଙ୍କ ଅଫିସ ତଥା ବାସଭବନ ସହ ପୈତୃକ ଘରେ ଛାନଭିନ ଆରମ୍ଭ କରି ତଦନ୍ତ ଚଳାଇଛି। Post navigation ବିଜେଡି ଆନ୍ଦୋଳନ ରେ ନାହାନ୍ତି ବିଜେଡି କାଉନସିଲର; ବଢ଼ିଲା ଚର୍ଚ୍ଚା ବାତ୍ୟା’ଦାନା’ରେ ୬୦୦କୋଟି ର କ୍ଷୟକ୍ଷତି ଆକଳନ: ସୁରେଶ ପୂଜାରୀ