ସିଏଚଏସଇ ରେକର୍ଡ ସପ୍ଲାୟର୍ସ ପୁରେନ୍ଦ୍ର ସେଠୀ ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ଦୁଇ ଦିନ ଧରି ପୁରେନ୍ଦ୍ରଙ୍କ ଘରେ ଛାନଭିନ୍ କରିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସମ୍ପତ୍ତି ଜବତ ହୋଇଥିବା ପରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ପୁରେନ୍ଦ୍ରଙ୍କ ଘରୁ ୧୬ଟି ବେନାମୀ ପ୍ଲଟର ପଟ୍ଟା ମିଳିଛି। ଅନ୍ୟ ମାନଙ୍କ ନାଁରେ ଜମି କିଣିଥିବା ସନ୍ଦେହ କରାଯାଉଛି। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ଚାଲିଛି ସରକାରୀ ବାବୁଙ୍କ ମାଳମାଳ ସମ୍ପତିର ଖୋଳତାଡ଼। ଅନେକ ସରକାରୀ ବାବୁ ଭିଜିଲାନ୍ସ ଜାଲରେ ପଡିଥିବାବେଳେ ତଦନ୍ତ କରୁଛି ଭିଜିଲାନ୍ସ ଦଳ। ଏସବୁ ଭିତରେ ଆଉ ଜଣେ ସରକାରୀ ସିଏଚ୍‌ଏସ୍‌ଇ ଅଧିକାରୀଙ୍କ ଘରେ ବୁଧବାର ଭିଜିଲାନ୍ସ ରେଡ୍‌ ହୋଇଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ରେଡ୍‌ ହୋଇଥିଲା। ପୁରେନ୍ଦ୍ରଙ୍କ ଭୁବନେଶ୍ବରରେ ୨ଟି, ଜଗତସିଂହପୁର ପୈତୃକ ଘରେ ରେଡ୍‌ କରାଯାଇଥିଲା। ଭୁବନେଶ୍ୱରର କାନନ ବିହାରସ୍ଥିତ ୪ ମହଲା ଘର ସହ ସାମନ୍ତରାପୁର ଅଫିସ୍‌ରେ ମଧ୍ୟ ରେଡ୍‌ ଚାଲିଥିଲା। ସେହିପରି ଜଗତସିଂହପୁରରେ କେଉପଡା ସ୍ଥିତ ତାଙ୍କ ପୈତୃକ ଘରେ ମଧ୍ୟ ରେଡ୍‌ କରାଯାଇଥିଲା। ଏହି ରେଡ୍‌ରେ ୩ ଡିଏସ୍‌ପି, ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ, ୫ ଏଏସ୍‌ଆଇ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *