Veteran actor Satish Shah dies at 74
ବଲିଉଡ ର ପ୍ରତିଷ୍ଠିତ ହାସ୍ୟ ଅଭିନେତା ସତୀଶ ଶାହାଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା ।
 
ସେ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଶନିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟରେ ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି ।
 
ସତୀଶ ଶାହ ୪ ଦଶନ୍ଧି ଧରି ଅଭିନୟ ଜଗତରେ ସକ୍ରିୟ ରହିଥିଲେ । ସେ ପ୍ରାୟ ୨୦୦ ରୁ ଅଧିକ ଚଳଚିତ୍ରରେ ଅଭିନୟ କରିଥିବାବେଳେ ୧୦୦ରୁ ଅଧିକ ଫିଲ୍ମରେ ହାସ୍ୟଭିନେତା ଭୂମିକାରେ ନଜର ଆସିଥିଲେ । ସରାଭାଇ Vs ସରାଭାଇ ସିରିଏଲ୍‌ ପାଇଁ ସେ ଘରେ ଘରେ ପରିଚିତ ଥିଲେ ।
 
‘ହମ୍‌ ସାଥ ସାଥ ହେଁ’, ‘ମେଁ ହୁଁ ନା’, ‘କଲ ହୋ ନା ହୋ’, ‘କଭି ହାଁ କଭି ନାଁ’, ‘ଡିଡିଏଳ’ ଏବଂ ‘ଓମ ଶାନ୍ତି ଓମ’ ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ । କେବଳ ଚଳଚିତ୍ର ନୁହଁ, ଟେଲିଭିଜନ ଜଗତରେ ବି ସେ ନିଜର ପରାକାଷ୍ଠା ପ୍ରତିପାଦନ କରିଥିଲେ ।
 
ତାଙ୍କ ମୃତ୍ୟୁରେ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି ।

By Nirvay

Leave a Reply

Your email address will not be published. Required fields are marked *