ରାଜ୍ୟରେ ବୁଲା କୁକୁର ଏକ ବଡ ସମସ୍ୟା ହୋଇ ଠିଆହୋଇଛି । ରାଜ୍ୟରେ ବହୁ ଲୋକ କୁକୁର କାମୁଡ଼ାର ଶିକାର ହେଉଛନ୍ତି। ଓଡିଶାକୁ ଜଳାନ୍ତକ ରୋଗରୁ ମୁକ୍ତ କରାଯିବାକୁ ନେଇ ପଦକ୍ଷେପ ରାଜ୍ୟ ସରକାର । ରାଜ୍ୟର ଜଳାନ୍ତକ ରୋଗ ନ ହେବା ପାଇଁ ସବୁ ସ୍ଥାନରେ ବୁଲା କୁକୁରଙ୍କୁ ଟିକା ଦିଆଯିବା ନେଇ ରଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ୨୦୩୦ ସୁଦ୍ଧା ଓଡ଼ିଶାକୁ ଜଳାନ୍ତକ ମୁକ୍ତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ସେଥିପାଇଁ ରାଜ୍ୟର ସମସ୍ତ ସ୍ଥାନରେ ବୁଲା କୁକୁରଙ୍କୁ ଟିକା ଦେବା ନେଇ ବ୍ୟବସ୍ଥା କରାଯିବ । ନଗର ଉନ୍ନୟନ ଓ ସ୍ୱାସ୍ଥ୍ୟ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ ।

Leave a Reply

Your email address will not be published. Required fields are marked *