Utkal University evicts outsiders from hostels
ହଷ୍ଟେଲରୁ ବିଦା ହେଉଛନ୍ତି ଅଣଛାତ୍ର । ଅଣଛାତ୍ରଙ୍କୁ ବାହାର କରିବାକୁ ୟୁନିଭର୍ସିଟି କ୍ୟାମ୍ପସ୍‌ ଭିତରେ ଏକକାଳୀନ ଭାବେ ୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି । ୧,୨,୩ ଓ ୫ ନମ୍ବର ହଷ୍ଟେଲରେ ବ୍ୟାପକ ଯାଞ୍ଚ ଚାଲଛି ।
 
ସକାଳ ୧୦.୩୦ ପରଠାରୁ ବିଭିନ୍ନ ହଷ୍ଟେଲରେ ଦିନ ୧.୩୦ ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟର ସମସ୍ତ କ୍ଲାସ କୁ ରଦ୍ଧ କରିଥିଲେ ପିଜି କାଉନସିଲ । ଖାଲି ହୋଇଛି ଅଣଛାତ୍ରଙ୍କ କବଜାରେ ଥିବା ୨୦୦ରୁ ଅଧିକ ହଷ୍ଟେଲ ରୁମ । କ୍ୟାମ୍ପସରେ ଥିବା ସବୁ ହଷ୍ଟେଲରେ ଚାଲିଛି କଡା କଡି ଯାଞ୍ଚ । 
 
ଉତ୍କଳ ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏନେଇ ସହିଦ ନଗର ଥାନା ଘେରାଉ ହୋଇଥିଲା । ଅଣଛାତ୍ରଙ୍କୁ କ୍ୟାମ୍ପସରୁ କାଢ଼ିବା ଘଟଣାରେ ସକାଳୁ ଚାପା ଉତ୍ତେଜନା ଲାଗି ରହିଥିଲା ।
 
କମିଶନରେଟ୍ ପୋଲିସ ଉପସ୍ଥିତିରେ ବାଣୀବିହାର ଛାତ୍ରାବାସରେ ତାଲା ଭାଙ୍ଗି ଯାଞ୍ଚ କରୁଛନ୍ତି କର୍ତ୍ତୃପକ୍ଷ । ହଷ୍ଟେଲ ଖାଲି କରିବାକୁ ନୋଟିସ୍ ପରେ ବି ପିଲା ନ ମାନିବାରୁ ଆଜି ପୋଲିସ ପ୍ରଶାସନ ସହାୟତାରେ ହଷ୍ଟେଲ ଖାଲି କରାଯାଇଛି ।
 

By Nirvay

Leave a Reply

Your email address will not be published. Required fields are marked *